ବିଜୟଙ୍କ ଶପଥ ସମାରୋହରେ ତ୍ରିଷ୍ଣା କୃଷ୍ଣନ

ନୂଆଦିଲ୍ଲୀ; ଅପେକ୍ଷାର ଅନ୍ତ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଭିକେ ମୁଖ୍ୟ ବିଜୟ । ଆଜିଠୁ ତାମିଲନାଡୁରେ ବିଜୟଙ୍କ ସରକାର ଆରମ୍ଭ ହୋଇଛି । ବିଜୟଙ୍କ ଶପଥ ଗ୍ରହଣ ସମାରୋହର ସମସ୍ତଙ୍କ ନଜର ଅଭିନତ୍ରୀ ତ୍ରିଶାଙ୍କ ଉପରେ ଥିଲା । ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ଏବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଚେନ୍ନାଇ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ସମାରୋହରେ ଜଣାଶୁଣା ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ସମସ୍ତଙ୍କ ନଜର ଅଭିନେତ୍ରୀ ତ୍ରିଷ୍ଣା କ୍ରିଷ୍ଣନଙ୍କ ଉପରେ ଅଟକି ଯାଇଥିଲା ।
​​​​​​​ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ସମସ୍ତଙ୍କ ନଜର ତ୍ରିଶା କୃଷ୍ଣନଙ୍କ ଉପରେ ଥିଲା । ବିଜୟଙ୍କ ସ୍ୱତନ୍ତ୍ର ଦିନରେ ତାଙ୍କର ଘନିଷ୍ଠ ବାନ୍ଧବୀ ତ୍ରିଶା କୃଷ୍ଣନ ସ୍ପେସାଲ ଲୁକରେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ତାଙ୍କର ଉପସ୍ଥିତି ଥାଲାପତି ବିଜୟଙ୍କ ସ୍ୱତନ୍ତ୍ର ଦିନକୁ ଆହୁରି ସ୍ୱତନ୍ତ୍ର କରିଦେଇଥିଲା । ତ୍ରିଶାଙ୍କ ଉପସ୍ଥିତି, ତାଙ୍କ ପାରମ୍ପରିକ ଲୁକକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତ୍ରିଶା ନୀଳ ରଙ୍ଗର ସିଲକି ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅଭିନେତ୍ରୀ ନୀଳ ଶାଢୀକୁ କ୍ରିମ୍ ରଙ୍ଗର କଣ୍ଟ୍ରାସ୍ଚ ବ୍ଲଆଜ୍ ପିନ୍ଧିଥିଲେ । ମଥାରେ ଛୋଟ ବିନ୍ଦି ସହ କେଶରେ ଗଜାର ଲଗାଇଥିଲେ । ତ୍ରିଶାଙ୍କର ଏହି ସୁନ୍ଦର ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଜୟ ଏବଂ ତ୍ରିଶାଙ୍କ ବନ୍ଧୁତା ବହୁ ପୁରୁଣା । ସେମାନେ ଅନେକ ଫିଲ୍ମ ଏକାଠି କରିଛନ୍ତି । ସେମାନଙ୍କର ଅନସ୍କ୍ରିନ କେମେଷ୍ଟ୍ରୀ ଏବଂ ଯୋଡ଼ି ପ୍ରଶଂସକଙ୍କଠାରୁ ବେଶ୍ ଭଲ ପାଇବା ସାଉଁଟିଛି ।
ଥାଲାପତି ବିଜୟ ତାମିଲନାଡୁ ରାଜନୀତିରେ ହିରୋ ଭଳି ଏଣ୍ଟ୍ରି କରିଛନ୍ତି । ତାଙ୍କ ଦଳ ଟିଭିକେ ଡିଏମ୍‌କେ ଏବଂ ଏଆଇଏଡିଏମକୁ ଧରାଶାୟୀ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଟିଭିକେର ଏହି ସଫଳତା ପଛରେ ବିଜୟଙ୍କ ଗାର୍ଲଫ୍ରେଣ୍ଡ ବୋଲି କୁହାଯାଉଥିବା ତ୍ରିଶା କ୍ରିଷ୍ଣନଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି । ଏପରିକି କିଛି ତାଙ୍କୁ କେହି କେହି ବିଜୟଙ୍କ ‘ଲେଡି ଲକ୍’ ଭାବେ ସମ୍ବୋଧନ କରୁଛନ୍ତି । ୫୧ ବର୍ଷୀୟ ବିଜୟ ତାମିଲ ଫିଲ୍ମ ଜଗତର ବଡ଼ ଷ୍ଟାର ହୋଇଥିବାବେଳେ ତ୍ରିଶାଙ୍କୁ ‘କ୍ୱିନ୍ ଅଫ୍ ସାଉଥ୍ ଇଣ୍ଡିଆ’ ଭାବେ ସମ୍ବୋଧନ କରାଯାଏ । ଉଭୟ ପ୍ରାୟ ୫ଟି ଫିଲ୍ମରେ ଏକାଠି ନଜର ଆସିଛନ୍ତି । ସେଥିମଧ୍ୟରେ ୨୦୨୩ର ସୁପରହିଟ୍ ଫିଲ୍ମ ‘ଲିଓ’ ସାମିଲ ।

  • Related Posts

    ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ। ନିର୍ବାଚନର ୧୦ ଦିନ ପରେ ନୂଆଦିଲ୍ଲୀ କଂଗ୍ରେସ୍ ମୁଖ୍ୟାଳୟରେ ପ୍ରେସମିଟ୍‌ରେ ନାଁ ଘୋଷଣା କଲା ଦଳ। ଭି.ଡି. ସତୀଶନ୍ ଙ୍କ ଉପରେ ମୋହର ଲଗାଇଛନ୍ତି ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ…

    Continue reading
    କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା କରିବ କଂଗ୍ରେସ

    ଥିରୁଭାନନ୍ତପୁର: ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି। ଦଳୀୟ ସୂତ୍ରରୁ ସୂଚନା ମିଳିଛି ଯେ ଗୁରୁବାର ଥିରୁଭାନନ୍ତପୁରମରେ ବିଧାୟକ ଦଳର ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ