
କଲକତା:ଆକ୍ସନ ମୋଡରେ ଶୁଭେନ୍ଦୁ ସରକାର। ରାଜ୍ୟରେ ଦୁର୍ନୀତି ଖୋରଙ୍କୁ ଧରିବା ଲାଗି ଜୋର ଲଗେଇ ଦେଇଛନ୍ତି ଶୁଭେନ୍ଦୁ।୩ଟି ବଡ଼ ସ୍କାମ୍ର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି ଯେ ରାଜ୍ୟ ସରକାର ତିନୋଟି ପ୍ରମୁଖ ମାମଲାରେ ମଞ୍ଜୁରୀ ପ୍ରଦାନ କରିଛନ୍ତି, ଶିକ୍ଷକ ନିଯୁକ୍ତି ଦୁର୍ନୀତି, ପୌର ଦୁର୍ନୀତି ଏବଂ ସମବାୟ ଦୁର୍ନୀତି। ଦୁର୍ନୀତି ବିରୋଧରେ ସରକାର ଜିରୋ ଟଲରେନ୍ସ ନୀତି ଗ୍ରହଣ କରୁଛନ୍ତି। ବର୍ତ୍ତମାନର ସରକାର ଦୁର୍ନୀତି ଏବଂ ସଂସ୍ଥାଗତ ଅନିୟମିତତା ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଗ୍ରହଣ କରିଛନ୍ତି।। ସେ ଆହୁରି ଦୃଢ଼ ଭାବରେ କହିଛନ୍ତି ଯେ ସରକାରୀ ପ୍ରତିଷ୍ଠାନ ଏବଂ ସରକାରୀ ବ୍ୟବସ୍ଥାର ଅପବ୍ୟବହାରରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୩ଟି ବଡ଼ ଦୁର୍ନୀତିକୁ ନେଇ ମମତା ସରକାରରେ ହଟଚମଟ ହୋଇଥିଲା।


