ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ ଘଟଣାରେ ୫ ଗିରଫ

ନୂଆଦିଲ୍ଲୀ:ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ୫ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ରହିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ସିବିଆଇ। ଚଢ଼ାଉ ସମୟରେ ସମୟରେ ମୋବାଇଲ୍ ଫୋନ୍ ସମେତ ଅପରାଧିକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି।ତଦନ୍ତ ସମୟରେ ମିଳିଥିବା ସୁରାକକୁ ଆଧାର କରି ଅଧିକ ସନ୍ଧାନ ଜାରି ରଖିଛି ସିବିଆଇ। ଏହି ଚେର ଆନ୍ତ-ରାଜ୍ୟକୁ ବ୍ୟାପିଥିବା ଲିଙ୍କ ରହିଥିବା ସିବିଆଇ ସୁରାକ ପାଇଛି।

ଲିକ ଘଟଣାରେ ମେ ୧୨ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ବିଶ୍ୱାସ ଭଙ୍ଗ, ଭାରତୀୟ ନ୍ୟାୟ ସଂହିତା (BNS) ର ବ୍ୟବସ୍ଥା, ଦୁର୍ନୀତି ନିବାରଣ ଆଇନ ଏବଂ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ଆଇନ ଭଳି ମାମଲା ରୁଜୁ କରାଯାଇଛି। ଜୟପୁରରୁ ତିନି ଜଣ, ଗୁରୁଗ୍ରାମରୁ ଜଣେ ଏବଂ ନାସିକରୁ ଜଣେ। ଚଳିତ ବର୍ଷର ନିଟ ୟୁଜି ପ୍ରଶ୍ନପତ୍ର ଗୁରୁଗ୍ରାମର ଜଣେ ଡାକ୍ତରଙ୍କ ଠାରୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ।ମେ’ ୩ରେ ପରୀକ୍ଷା ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ସେମାନଙ୍କୁ ମିଳିଥିଲା ପ୍ରଶ୍ନପତ୍ର।

ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଲିକ ପ୍ରଶ୍ନପତ୍ରକୁ ସିକାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ନିଜ ପୁଅଙ୍କୁ ଦେଇଥିଲେ। ଏହାପରେ ଏପ୍ରିଲ ୨୯ରେ ଅନ୍ୟମାନଙ୍କୁ ବିକ୍ରି କରିଥିଲେ। ଜାମୱା ରାମଗଡ଼ ଠାରୁ ସିକାର ଦୂରତା ପ୍ରାୟ ଅଢ଼େଇ ଘଣ୍ଟା। ଚଳିତ ବର୍ଷ ପ୍ରଶ୍ନପତ୍ର ଲିକର ପେଣ୍ଠସ୍ଥଳ ହେଉଛି ସିକାର। ପ୍ରଶ୍ନପତ୍ର ଲିଙ୍କର ମୂଳରେ ଗୁରୁଗ୍ରାମର ଜଣେ ଡାକ୍ତର ରହିଛନ୍ତି। ଏହାପୂର୍ବରୁ ରାଜସ୍ଥାନ ପୁଲିସ କହିଥିଲା ଯେ ନାଶିକ ଥିବା ପ୍ରିଣ୍ଟିଂ ପ୍ରେସରୁ ହିଁ ପ୍ରଥମେ ପ୍ରଶ୍ନପତ୍ର ଲିକ ହୋଇଛି। ସେଠାରୁ ଗୋଟିଏ ଚେନ ନେଟୱର୍କ ଜରିଆରେ ଏହା ଗୁରୁଗ୍ରାମ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା। ସେହି ଡାକ୍ତରଙ୍କ ଠାରୁ ଦୁଇ ଭାଇ ପ୍ରଶ୍ନପତ୍ର କିଣିବା ପରେ ନିଜର ପରିବାର ଲୋକ ଓ ଅନ୍ୟ ନିଟ ଆଶାୟୀଙ୍କୁ ଦେଇଥିଲେ।

  • Related Posts

    ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ। ନିର୍ବାଚନର ୧୦ ଦିନ ପରେ ନୂଆଦିଲ୍ଲୀ କଂଗ୍ରେସ୍ ମୁଖ୍ୟାଳୟରେ ପ୍ରେସମିଟ୍‌ରେ ନାଁ ଘୋଷଣା କଲା ଦଳ। ଭି.ଡି. ସତୀଶନ୍ ଙ୍କ ଉପରେ ମୋହର ଲଗାଇଛନ୍ତି ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ…

    Continue reading
    କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା କରିବ କଂଗ୍ରେସ

    ଥିରୁଭାନନ୍ତପୁର: ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି। ଦଳୀୟ ସୂତ୍ରରୁ ସୂଚନା ମିଳିଛି ଯେ ଗୁରୁବାର ଥିରୁଭାନନ୍ତପୁରମରେ ବିଧାୟକ ଦଳର ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ