ଚୀନ ଗସ୍ତରେ ଟ୍ରମ୍ପ

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଠାରୁ ତିନି ଦିନିଆ ଚୀନ ଗସ୍ତ ଆରମ୍ଭ କରିଛନ୍ତି। ଟ୍ରମ୍ପଙ୍କ ସହିତ ତାଙ୍କ ପ୍ରଶାସନର ଉଚ୍ଚସ୍ତରୀୟ ଅଧିକାରୀ ଏହି ଗସ୍ତରେ ସାମିଲ ହୋଇଛନ୍ତି। ବିମାନବନ୍ଦରରେ ଟ୍ରମ୍ପ ଓ ତାଙ୍କ ପ୍ରତିନିଧି ଦଳକୁ ଚୀନ ଉପରାଷ୍ଟ୍ରପତି ହାନ ଜେଙ୍ଗ ଏବଂ ଚୀନର କାର୍ଯ୍ୟକାରୀ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ମା ଜାଓସୁଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଏହା ସହିତ ଚୀନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡେଭିଡ୍ ପର୍ଡ୍ୟୁ, ଆମେରିକାରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସିଏ ଫେଙ୍ଗ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ। ଆମେରିକା ପ୍ରତିନିଧିଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୁରୁ ଓ ଶୁକ୍ରବାର ଦୁଇ ଦିନ ଧରି ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍‌ପିଙ୍ଗଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିବେ। ଇରାନ ସହିତ ଆମେରିକାର ଯୁଦ୍ଧ ଲାଗି ରହିଥିବାବେଳେ ବିଶ୍ବର ଦୁଇ ପ୍ରମୁଖ ଦେଶ ସେମାନଙ୍କ ସମ୍ପର୍କରେ ସୁଧାର ଆଣିବାକୁ ଉଦ୍ୟମ କରିବେ। ଏହା ସହିତ ଇରାନ-ଆମେରିକା ଯୁଦ୍ଧରେ ଅସ୍ତ୍ରବିରତି ନିମନ୍ତେ ଟ୍ରମ୍ପ ଚୀନର ହସ୍ତକ୍ଷେପ ଲୋଡିବେ ବୋଲି ଅନୁମାନ କରାଯାଇଛି। ଟ୍ରମ୍ପଙ୍କ ଏହି ଗସ୍ତ ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ଆମେରିକାର କାର୍ଯ୍ୟରତ ରାଷ୍ଟ୍ରପତି ଚୀନ ଗସ୍ତ କରିଛନ୍ତି। ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ ବିଶ୍ୱର ଏହି ଦୁଇ ବୃହତ୍‌ ଅର୍ଥନୀତି ମଧ୍ୟରେ ସମ୍ପର୍କକୁ ସ୍ଥିର କରିବା ପାଇଁ ଟ୍ରମ୍ପଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ଶୁଳ୍କ ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଗସ୍ତରେ ଟେସଲାର ଏଲନ ମସ୍କ ଏବଂ ଏନଭିଡିଆର ଜେନସେନ ହୁଆଙ୍ଗଙ୍କ ଭଳି ପ୍ରମୁଖ ଶିଳ୍ପପତି ସାମିଲ ଅଛନ୍ତି। ତେଣୁ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ଏବଂ ନିବେଶ କ୍ଷେତ୍ରରେ କିଛି ନୂତନ ଚୁକ୍ତି ହୋଇପାରେ। ଗୁରୁବାର ‘ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍’ରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ।

  • Related Posts

    ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ। ନିର୍ବାଚନର ୧୦ ଦିନ ପରେ ନୂଆଦିଲ୍ଲୀ କଂଗ୍ରେସ୍ ମୁଖ୍ୟାଳୟରେ ପ୍ରେସମିଟ୍‌ରେ ନାଁ ଘୋଷଣା କଲା ଦଳ। ଭି.ଡି. ସତୀଶନ୍ ଙ୍କ ଉପରେ ମୋହର ଲଗାଇଛନ୍ତି ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ…

    Continue reading
    କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା କରିବ କଂଗ୍ରେସ

    ଥିରୁଭାନନ୍ତପୁର: ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି। ଦଳୀୟ ସୂତ୍ରରୁ ସୂଚନା ମିଳିଛି ଯେ ଗୁରୁବାର ଥିରୁଭାନନ୍ତପୁରମରେ ବିଧାୟକ ଦଳର ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ