ହାତୀଦାନ୍ତ ବିକ୍ରୀ ବେଳେ ୪ ଗିରଫ

କେନ୍ଦୁଝର : ହାତୀଦାନ୍ତ ବିକ୍ରୀ ବେଳେ ୪ ଗିରଫ। କେନ୍ଦୁଝର ବନବିଭାଗ ପକ୍ଷରୁ ଚଢାଉ କରି ୪ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୨ଟି ହାତୀଦାନ୍ତ, ୨ଟି ହାତୀର ହାଡ଼ ଏବଂ ୪ଟି ମୋବାଇଲ୍ ଫୋନ୍ ଜବତ ହୋଇଛି।

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପଳାଶପଙ୍ଗା ସେକ୍ସେନ୍ ଅମୃତପଡ଼ା ଗାଁରେ ଚଢ଼ାଉ କରି ହାତୀଦାନ୍ତ ବିକ୍ରୀ କରିବାକୁ ଚେଷ୍ଟା କରୁଥିବା ବେଳେ ଏମାନଙ୍କୁ ଗିରଫ କରାଯାଇଥିଲା।

ଗିରଫ ୪ଜଣ ହେଲେ, ସଦର ରେଞ୍ଜ ଅମୃତପଡ଼ା ଗାଁର ସୁନୀଲ ସୋରେନ୍, ବାମେବାରୀ ଥାନା ଜଗନ୍ନାଥପୁର ଗାଁର ଦଶରଥ ମାଝୀ, ବାଙ୍ଗିରିପୋଷି ଗୋପାଳପୁର ଗାଁର ଦୁର୍ଗା ହେମ୍ବ୍ରମ୍, ବିଷୋଇ ବୁଧୁନିଆ ଗାଁର ବାଡ଼େନ୍ କିସ୍କୁ। ପ୍ରାଥମିକ ତଦନ୍ତରୁ ଜବତ ହାତୀଦାନ୍ତ ୧୦ରୁ ୧୨ବର୍ଷ ପୁରୁଣା ଜଣାପଡୁଥିବା କହିଛନ୍ତି କେନ୍ଦୁଝର DFO।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ