ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ନିମାପଡାରେ ପ୍ରେରଣା ଦିବସ ପାଳିତ

ନିମାପଡ଼ା,୧୪।୦୫।୨୬: ନିମାପଡାର ଗାନ୍ଧୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସକୁ ନିମାପଡ଼ା ରେ ପ୍ରେରଣା ଦିବସ ଭାବେ ପାଳନ କରାଯାଇ ଆସୁଛି। ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ ପ୍ରେରଣା ଦିବସ ଆଜି ସଂନ୍ଧ୍ୟାରେ ନିମାପଡ଼ା ସହିଦ୍ ସଂସଦ ଭବନ ପରିସରରେ ପାଳିତ ହୋଇଯାଇଛି । ସହିଦ୍ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଫେସର ଦାସ ବେନହୁର, ସହିଦ୍ ସ୍ମୃତି ସଂସଦର ସମ୍ପାଦକ ଡଃ. ବେଣୁଧର ସେନାପତି ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ଭବାନୀ ବାବୁ ଜଣେ ଦେଶ ମାତୃକାର ସେବାକାରୀ ଥିଲେ। ତାଙ୍କ ନିଷ୍ଠା ଓ ତ୍ୟାଗକୁ କେବେ ଭୁଲି ହେବନି ବୋଲି ଉପସ୍ଥିତ ବକ୍ତା ମାନେ କହିବା ସହିତ ତାଙ୍କ ଜୀବନୀ ଉପରେ ଆଲୋପାତ କରିଥିଲେ। ଏହି ଅବସରରେ ଗୋପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ କୁ ପ୍ରଥମ ଭବାନୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ୭ଜଣ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶେଷରେ ସହିଦ୍ ସ୍ମୃତି ସଂସଦର ସଭ୍ୟ ଜୀବନା ନନ୍ଦ ମାହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିକ୍ଷାବିତ୍, ରାଜନେତା, ଛାତ୍ର ଛାତ୍ରୀ ଓ ବହୁ ସଂଖ୍ୟାରେ ଭବାନୀ ବାବୁ ପ୍ରେମୀ ଉପସ୍ଥିତ ଥିଲେ।
(ନିମାପଡ଼ାରୁ ବସନ୍ତ ନାୟକ)

  • Related Posts

    ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

    ଦେବଗଡ଼ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆଗାମୀ ମୌସୁମୀ ପ୍ରବାହକୁ ଦୃଷ୍ଟି ରେ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏକ…

    Continue reading
    ଅଭିଯୁକ୍ତକୁ ବିବାହ ବେଦୀରୁ ଉଠାଇ ଆଣିଲା ପୁଲିସ

    ଅପରାଧ ଘଟାଇବା ପଡ଼ିଲା ମହଙ୍ଗା ନିମାପଡ଼ାରୁ ବସନ୍ତ ନାୟକ, ଏକାଧିକ ଅପରାଧ ଘଟାଇବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି। ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଜଣକ ବିବାହ କରିବା ପାଇଁ ବର ବେଶରେ ବିବାହ ବେଦୀରେ ବସି ଥିବା ବେଳେ ଗତ ବୁଧବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ