ନିମାପଡାରେ ପ୍ରେରଣା ଦିବସ ପାଳନ

ନିମାପଡ଼ାରୁ ବସନ୍ତ ନାୟକ : ନିମାପଡାର ଗାନ୍ଧୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସକୁ ନିମାପଡ଼ା ରେ ପ୍ରେରଣା ଦିବସ ଭାବେ ପାଳନ କରାଯାଇ ଆସୁଛି। ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ ଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ ପ୍ରେରଣା ଦିବସ ଆଜି ସଂନ୍ଧ୍ୟାରେ ନିମାପଡ଼ା ସହିଦ୍ ସଂସଦ ଭବନ ପରିସରରେ ପାଳିତ ହୋଇଯାଇଛି । ସହିଦ୍ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଫେସର ଦାସ ବେନହୁର, ସହିଦ୍ ସ୍ମୃତି ସଂସଦର ସମ୍ପାଦକ ଡଃ. ବେଣୁଧର ସେନାପତି ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ଭବାନୀ ବାବୁ ଜଣେ ଦେଶ ମାତୃକାର ସେବାକାରୀ ଥିଲେ। ତାଙ୍କ ନିଷ୍ଠା ଓ ତ୍ୟାଗକୁ କେବେ ଭୁଲି ହେବନି ବୋଲି ଉପସ୍ଥିତ ବକ୍ତା ମାନେ କହିବା ସହିତ ତାଙ୍କ ଜୀବନୀ ଉପରେ ଆଲୋପାତ କରିଥିଲେ। ଏହି ଅବସରରେ ଗୋପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ କୁ ପ୍ରଥମ ଭବାନୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ୭ଜଣ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶେଷରେ ସହିଦ୍ ସ୍ମୃତି ସଂସଦର ସଭ୍ୟ ଜୀବନା ନନ୍ଦ ମାହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିକ୍ଷାବିତ୍, ରାଜନେତା, ଛାତ୍ର ଛାତ୍ରୀ ଓ ବହୁ ସଂଖ୍ୟାରେ ଭବାନୀ ବାବୁ ପ୍ରେମୀ ଉପସ୍ଥିତ ଥିଲେ।

  • Related Posts

    ୧୦ରେ ସମ୍ବଲପୁରରେ ‘ସ୍ୱଚ୍ଛତା ଅଭିଯାନ’, ସାମିଲ ହେବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

    ସମ୍ବଲପୁର: ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ସ୍ୱଚ୍ଛତା ଓ ପବିତ୍ରତାକୁ ସବୁବେଳେ ପ୍ରଥମ ସ୍ଥାନ ଦିଆଯାଇଛି । ସ୍ୱଚ୍ଛତା କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନୁହେଁ, ଏହା ଆମ ଜୀବନଶୈଳୀ, ଆମର ସଂସ୍କାର ଏବଂ ଆମର ଚରିତ୍ର ।…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂହ

    ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ସେ କୋରାପୁଟ ଜିଲ୍ଲା ଗସ୍ତ କରିବେ। ଗସ୍ତ ସମୟରେ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ