ଆଇଆଇଟି ଦିଲ୍ଲୀର କମାଲ, ୫୦ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ:ଭାରତର ଚାରିଆଡେ ଏବେ ଗ୍ରୀଷ୍ମ ଲହରୀ । ସାରା ଭାରତ ଜଳୁଛି । ଅନେକ ରାଜ୍ୟରେ ତାପମାତ୍ରା ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ଏପରି ସ୍ଥିତିରେ, ଏୟାର କଣ୍ଡିସନର ବି ଜଳିଯାଉଛି । ଭାରତରେ ହେଉଥିବା ତାତି ଦାଉରୁ ଘରକୁ ଥଣ୍ଡା ରଖିବା ଅପ୍ଟିମିଷ୍ଟ ନାମକ ଏକ କମ୍ପାନୀ ଏକ ସ୍ୱତନ୍ତ୍ର ଏସି ଆଣିଛି, ଯାହାକୁ ବିଶେଷ ଭାବରେ ଆଇଆଇଟି ଦିଲ୍ଲୀର ସହଯୋଗରେ ବିକଶିତ କରାଯାଇଛି । କମ୍ପାନୀ ଦାବି କରିଛି ଯେ ଏହାର ଟର୍ବୋ ପ୍ଲସ୍‌ ବୈଶିଷ୍ଟ୍ୟ ସାହାଯ୍ୟରେ, ଏହି ୧.୪ ଟନ୍‌ ଏସି ୧.୯ ଟନ୍‌ ଏସି ପରି ଥଣ୍ଡା କରିପାରିବ । ଅପ୍ଟିମିଷ୍ଟ ୱେବସାଇଟ୍‌ ଅନୁଯାୟୀ, ଏହି ଏସିକୁ ୬.୦୫ ଆଇଏସ୍‌ଇଇଆର ରେଟିଂ ମିଳିଛି ଯାହାକି ୨୫ ରୁ ୩୫ ପ୍ରତିଶତ ବିଦ୍ୟୁତ୍‌ ବ୍ୟବହାର ହ୍ରାସ କରିବ । ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍‌ ହୋଇଥିବା ଏହି ଏସି ରେ ଥିବା ଗ୍ୟାସ୍‌ ସ୍ତର ସ୍ପଷ୍ଟ ଭାବରେ ଜଣାପଡିବ । ଏସିରେ କେତେ ଗ୍ୟାସ୍‌ ଅଛି ଆପଣ ଜାଣିପାରିବେ । ଏହା ବ୍ୟତୀତ, ଏହି ଏସିକୁ ଏକ ଆପ୍‌ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ଓ ପ୍ରକୃତରେ କେତେ ବିଦ୍ୟୁତ୍‌ ଖର୍ଚ୍ଚ ହେଉଛି ତାହା ବି ଟ୍ରାକ୍‌ କରିହେବ । ଆପଣ ଜାଣିପାରବେ ଏସି କେତେ ବିଜୁଳି ଖର୍ଚ୍ଚ କରୁଛି ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବାହାଘର ପରେ କାହିଁକି ମୋଟା ହୋଇଯାଆନ୍ତି ଝିଅମାନେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ୟ

    ବାହାଘର ପରେ ଝିଅଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ। ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। ପରିବାରର ସଦସ୍ୟଙ୍କ ଖାଇବାଠୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ