ରାଜ୍ୟରେ ପ୍ରଥମ ଡବଲ୍ ଡେକର୍ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଏନେଇ ଶ୍ରୀ ମୋହନ ଚରଣ ମାଝୀ ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍‌ର ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ ଥିବାବେଳେ, ଓଡ଼ିଶା ଦର୍ଶନର ରାଜ୍ୟ ଜନ ପରିବହନରେ ସାମିଲ ହୋଇଛି ନୂତନ ଓ ଉନ୍ନତ ଧରଣର ଇ-ବସ ସେବା। ଏହା ବହୁମାତ୍ରାରେ କାର୍ବନ ନିର୍ଗମନ ହ୍ରାସ, ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି ବସ୍ ସେବାଗୁଡ଼ିକ ଦ୍ୱାରା ପର୍ଯ୍ୟଟକମାନଙ୍କ ଯାତାୟାତକୁ ବିଶେଷ ଭାବରେ ଲାଭ ହେବା ସହିତ ପ୍ରଥମଥର ପାଇଁ ରାଜ୍ୟର ଜଣେ ସାଧାରଣ ଯାତ୍ରୀଟିଏ ମଧ୍ୟ ଏହି ସେବାର ଅନୁଭୂତି ନେଇପାରିବେ। ୫ଟି ଡବଲ୍ ଡେକର୍ ଏବଂ ୧୦ଟି ହପ୍ ଅନ୍ ହପ୍ ଅଫ୍ ଇ-ବସ୍ ସେବା ସାଧାରଣତଃ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପ୍ରମୁଖ ଦର୍ଶନୀୟ ସ୍ଥାନ ଏବଂ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସଂଯୋଗ କରିବ।
ସେପରି ପୁରୀ ସହରରେ ବିଭିନ୍ନ ତିର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରଥମ ଯାତ୍ରୀମାନଙ୍କ ମଧ୍ୟରେ ଦୁଇଜଣ ଦିବ୍ୟାଙ୍ଗ ଯାତ୍ରୀ ଥିଲେ। ସେମାନଙ୍କର ହ୍ୱିଲ୍ ଚେୟାର ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଥମ ଦୁଇଟି ବସ୍ ଟିକେଟ୍ ପ୍ରଦାନ କରିଛନ୍ତି। ଏହି ବସ୍‌ରେ ବିଶେଷତା ହେଉଛି ଦିବ୍ୟାଙ୍ଗ ଯାତ୍ରୀମାନେ ବସ୍‌ରେ ଥିବା ର‌୍ୟାମ୍ପ୍ ସାହାଯ୍ୟରେ ସେମାନଙ୍କର ହ୍ୱିଲ୍ ଚେୟାର ସହିତ ଯାତ୍ରା କରିପାରିବେ।
ଏସ୍‌ଜେଟିଏ ବସ୍ ଭଡ଼ା ସାଧାରଣ ମୋ ବସ୍ ଭଡ଼ା ଭଳି ଥିବାବେଳେ ଡବଲ ଡେକର ବସ୍ ଭଡ଼ା ସର୍ବନିମ୍ନ ମୂଲ୍ୟ ୩୦ ଟଙ୍କାରୁ ସର୍ବାଧିକ ୧୭୦ ଟଙ୍କା ସହିତ ଏକ୍ସପ୍ରେସ୍ ସେବା ଭାବରେ ଗତି କରିବ। ସେପରି ହପ୍ ଅନ୍ ହପ୍ ଅଫ୍ ଇ-ବସ୍‌ରେ ମାତ୍ର ୨୦୦ ଟଙ୍କା ମୂଲ୍ୟରେ ଦୈନିକ ପାସ୍ କରି ଯାତ୍ରୀମାନେ ଏହାର ନିର୍ଦ୍ଦିଷ୍ଟ ବସ୍ ରୁଟ୍‌ରେ ଅନବରତ ଯାତ୍ରା କରିବାର ସୁଯୋଗ ନେଇପାରିବେ। ପରବର୍ତ୍ତି ସମୟରେ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଡବଲ ଡେକର ବସ୍‌ରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଜନତା ମୈଦାନ ପର୍ଯ୍ୟନ୍ତ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ବସ୍ ଟିକେଟ୍ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦେବ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟର ପରିଚାଳନା ନିର୍ଦେଶକ ଡ. ଏନ. ଥିରୁମାଲା ନାୟକଙ୍କ ସମେତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ