ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ବିରୋଧ କରିଛନ୍ତି। ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ତାହାର ତଦନ୍ତକରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟର ସବୁ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।
ନବୀନ ତାଙ୍କ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଘଟଣାସ୍ଥଳରୁ ରିପୋର୍ଟ ଯାହା ଦୃଷ୍ଟିକୁ ଆସିଛି, ଆଠଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକ୍‌ର ପଞ୍ଚାୟତ ସମିତି ବୈଠକରେ ଯୋଗଦେବା ଲାଗି ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯିବା ସମୟରେ ଭାଜପା ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହା ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିରୋଧ ନୁହେଁ ବରଂ ଜଣଙ୍କୁ କ୍ଷତି ପହଞ୍ଚାଇବା ଭଳି ଉଦ୍ୟମ ବୋଲି କୁହାଯିବ। ଯେତେବେଳେ ଜଣେ ନିର୍ବାଚିତ ଜନପ୍ରତିନିଧି ଗଣତାନ୍ତ୍ରିକ ଦାୟିତ୍ୱ ତୁଲାଇବା ସମୟରେ ଏଭଳି ଆକ୍ରମଣର ଶିକାର ହେଉଛନ୍ତି ଏବଂ ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଲୋକମାନଙ୍କ ସୁରକ୍ଷା ଅନିଶ୍ଚିତତା ଭିତରେ ରହିଥିବା ବୁଝିହେଉଛି ବୋଲି ସେ କହିଛନ୍ତି।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ