
ଚେନ୍ନାଇ: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦୟନିଧି ଷ୍ଟାଲିନ କହିଥିଲେ ଯେ, ବିଜେପିର ବିଜୟ ପଛରେ ପ୍ରକୃତ କାରଣ କଂଗ୍ରେସ । ଯାହାକୁ ରବିବାର ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ । ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି, “ଗଣତନ୍ତ୍ରରେ ଲୋକମାନେ ହିଁ ସର୍ବୋତ୍ତମ ନେତା । ସେମାନେ କାହାକୁ ନିର୍ବାଚିତ କରିବେ, ତାହା ସେମାନେ ହିଁ ନିଷ୍ପତ୍ତି ନିଅନ୍ତି । ଡିଏମକେ ନିଜର କୁଶାସନ ଏବଂ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ତାମିଲନାଡୁରେ ଲୋକଙ୍କ ବିଶ୍ୱାସ ହରାଇଛି ।”
ଡିଏମକେର ଯୁବ ସଂଗଠନ ଦ୍ବାରା ଆୟୋଜକ ଏକ ବୈଠକରେ ତାମିଲନାଡ଼ୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ କହିଥିଲେ,”ମୁଁ ପୂର୍ବରୁ ବିଶ୍ୱାସ କରୁଥିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ବିଜେପିର ନିରନ୍ତର ସଫଳତା ପାଇଁ କେବଳ ଦାୟୀ, କିନ୍ତୁ ବର୍ତ୍ତମାନ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, କଂଗ୍ରେସ ହିଁ ବିଜେପି ଦଳର ବିଜୟର ପ୍ରକୃତ କାରଣ ଅଟେ ।”
କେନ୍ଦ୍ରୀୟ ପଦକ୍ଷେପ ସହିତ ତାମିଲନାଡୁକୁ ସହଯୋଗ ବିଷୟରେ ପଚରାଯିବାରୁ, ସେ କହିଥିଲେ,”ମୁଁ ତାମିଲନାଡୁର ଲୋକଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ମୁଁ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସ୍ୱାଗତ କରୁଛି । ମୁଁ ଆଶା କରୁଛି ତାଙ୍କ ନେତୃତ୍ୱରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି କାମ କରିବେ, ଯିଏ ଏହି ଦେଶକୁ ଏକାଠି ବିକାଶ କରିବା ପାଇଁ ପ୍ରତିବଦ୍ଧ । କେନ୍ଦ୍ର ସରକାର ପ୍ରକୃତ “ସାମ୍ବିଧାନିକ ଆତ୍ମା” ସହିତ ନୂତନ ରାଜ୍ୟ ପ୍ରଶାସନ ସହିତ ବିସ୍ତୃତ ଆଲୋଚନା କରିବାକୁ ଅପେକ୍ଷା କରିଛି ।”

