ଘାଟିକୁ ଖସିଲା ସ୍କର୍ପିଓ ; ୮ ଯୁବକ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ। ଏକ କାର ଘାଟିକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ପୁଲିସ ଏବଂ ବାସିନ୍ଦାମାନେ ଉଦ୍ଧାର କାର୍ୟ୍ୟ କରିଥିଲେ। ମୃତଦେହ ଉଦ୍ଧାର କରାଯାଇଛି, ଏବଂ ପୁଲିସ ବର୍ତ୍ତମାନ ଦୁର୍ଘଟଣାର କାରଣ ଖୋଜୁଛି।

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଆମ୍ବେନଳୀ ଘାଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ୭୦୦ ଫୁଟ ଗଭୀର ଘାଟିରେ ଖସିପଡ଼ିଛି। ମହାବଳେଶ୍ୱର ଏବଂ ପୋଲାଡପୁର ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କର୍ପିଓରେ ଯାତ୍ରା କରୁଥିବା ଆଠ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘାଟିରୁ ମୃତଦେହ ଉଦ୍ଧାର କରିଛନ୍ତି, ଯାହାକୁ ପଞ୍ଚନାମା ପ୍ରସ୍ତୁତ କରିବା ପରେ ପୁଲିସ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରାତି ପ୍ରାୟ ୨:୪୫ରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା।

ପୁଲିସ ଅନୁଯାୟୀ, ମୃତକ ଆଠ ଜଣ ସତାରା ଜିଲ୍ଲାର କୋରେଗାଓଁ ତାଲୁକାର ଅସଗାଓଁ ଗାଁର ବାସିନ୍ଦା ଥିଲେ ଏବଂ କୋଙ୍କଣ ଅଞ୍ଚଳରେ ଛୁଟି କାଟି ସାତାରା ଘରକୁ ଫେରୁଥିଲେ। ମୃତକଙ୍କ ମଧ୍ୟରେ ମହେଶ ଅନିଲ ପାୱାର(୨୫), ଆଦିତ୍ୟ ଅଶୋକ ସାଲୁଙ୍କେ(୨୧), ରିତେଶ ରାଜେନ୍ଦ୍ର ଲୋଖଣ୍ଡେ(୨୫), ସୁହାସ ଜିତେନ୍ଦ୍ର ଲୋଖଣ୍ଡେ(୨୦), ଅନଶ ସମୀର ଚାଭାନ(୧୮), ଉତ୍କଳ ଆନନ୍ଦ ସିଙ୍ଗଟେ(୨୧) ଅନିଲ ଅଭିମାନୁ ସିଙ୍ଗଟେ(୨୫) ଏବଂ ନିତିନ କିସାନ ନାୟକଡେ( ୨୫)।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସେମାନେ ସ୍କର୍ପିଓକୁ ଘାଟିରେ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଚାଳକଙ୍କ କାର ଉପରୁ ନିୟନ୍ତ୍ରଣ ହରାଇବା ପରେ କାରଟି ସିଧା ଘାଟିକୁ ଖସି ପଡ଼ିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ