ଏନଟିଏ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ପୂର୍ବରୁ ଘଟିଥିବା ବିବାଦ ସମୟରେ ଏକାଧିକ ସଂସ୍କାର ପ୍ରସ୍ତାବ ଦିଆଯାଇଥିଲା। ତଥାପି ୨୦୨୬ରେ ପୁଣି ନିଟ ପ୍ରଶ୍ନପତ୍ର ଲିକ ହେବାକୁ ଘଟଣାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି।

ଏଥିସହ ନିଟ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏମକୁ ସମାଲୋଚନା କରିଛନ୍ତି। ଏହାବାଦ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନୋଟିସ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟ ନୋଟିସ କରିବା ସହ ଏହି ପ୍ରସଙ୍ଗ ସହ ଜଡ଼ିତ ରିଟ ପିଟିସନକୁ ଭାରତର ସିଲିସିଟର ଜେନେରାଲଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ତନଭୀ ଦୁବେ ପ୍ରସଙ୍ଗର ତତ୍କାଳ ଶୁଣାଣିକୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ନିଟ ୟୁଜି ସହ ଜଡ଼ିତ। ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଏହି ପରୀକ୍ଷା ହୋଇଥାଏ। ଏହି ପରୀକ୍ଷାରେ ୨୩ ଲକ୍ଷ ଆଶାୟୀ ଭାଗ ନେଇଥିଲେ। ତେଣୁ କୋର୍ଟ ଏହାକୁ ଗୁରୁତ୍ୱର ଭାବେ ନିଅନ୍ତୁ ଓ ତତ୍କାଳ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରନ୍ତୁ।

କିନ୍ତୁ ସର୍ବୋଚ୍ଚ ଅଦାଲତ ତତ୍କାଳ ବିବାଦ ବ୍ୟତୀତ ନିଜର ଧ୍ୟାନ ବିସ୍ତାର କରି ପରୀକ୍ଷା ପ୍ରକ୍ରିୟା ସହ ଜଡ଼ିତ ପୂର୍ବ ଚିନ୍ତା ଓ ସଂସ୍କାର ପାଇଁ ଦିଆଯାଇଥିବା ପ୍ରସ୍ତାବ କଥା ଉଠାଇଛନ୍ତି।

ସ୍ଥିତିକୁ ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “ସେମାନେ କୌଣସି ଶିକ୍ଷା ଲାଭ ନ କରିବା ଅତ୍ୟନ୍ତ ଦୁଃଖର ବିଷୟ। ଆମେ ଏହି ପ୍ରସଙ୍ଗରେ ଗୋଟିଏ କମିଟି ଗଠନ କରିଥିଲୁ।” କୋର୍ଟ ପୂର୍ବରୁ ସ୍ଥାପନ ହୋଇଥିବା ମନିଟରିଂ ଓ ସଂସ୍କାର ପ୍ରସ୍ତାବର ଉଲ୍ଲଙ୍ଘନକାରୀଙ୍କ ଉତ୍ତରଦାୟୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

ନଭେମ୍ବର ୧୪ରେ ଗଠନ ହୋଇଥିବା କମିଟିର ସ୍ଥିତାବସ୍ତା ସମ୍ପର୍କରେ ଆସନ୍ତା ୩ ଦିନ ମଧ୍ୟରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସୁରକ୍ଷିତ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ବି ସୁପ୍ରିମକୋର୍ଟ କହିଛନ୍ତି। ଉଭୟ ସତ୍ୟପାଠ ୩ ଦିନ ମଧ୍ୟରେ ଦାଖଲ କରାଯିବ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ