ନୂଆଦିଲ୍ଲୀ:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁନଃ-ନୀଟ୍ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରି ଜୁନ୍ ୨୧ ରେ ହେବାକୁ ଥିବା ପରୀକ୍ଷା ସମୟରେ କଠୋର ସୁରକ୍ଷା ପ୍ରୋଟୋକଲ୍ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁନଃ-ନୀଟ୍ ପ୍ରସ୍ତୁତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଜୁନ୍ ୨୧ ରେ ହେବାକୁ ଥିବା ପୁନଃ ପରୀକ୍ଷା ପ୍ରସ୍ତୁତିର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଆୟୋଜନରେ ସମ୍ପୂର୍ଣ୍ଣ ନିଷ୍ଠା ଓ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଜୋର୍ ଦେଇ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂର୍ବ ପରୀକ୍ଷା ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ସମସ୍ତ ତ୍ରୁଟିକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଉ ଏବଂ ସମାପ୍ତ କରାଯାଉ। ମନ୍ତ୍ରୀ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ରି-ନିଟ୍ (ଜଋ-ଘଋଋଞ) ପରୀକ୍ଷାର ଆୟୋଜନ କଠୋର ସୁରକ୍ଷା ପ୍ରୋଟୋକଲ୍ ଅଧୀନରେ ସୁରକ୍ଷିତ, ସୁଚାରୁ ଏବଂ ତ୍ରୁଟିଶୂନ୍ୟ ଭାବରେ କରାଯିବା ଉଚିତ୍। ପରୀକ୍ଷା ବ୍ୟବସ୍ଥାର ଦୃଢ଼ ନିରୀକ୍ଷଣ ଏବଂ ପ୍ରଭାବଶାଳୀ କାର୍ୟ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ (ଊଗ) ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଝଚ) ମାନଙ୍କ ସହ ସମନ୍ୱୟ ବୈଠକ ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସତର୍କତା ଏବଂ ସୁରକ୍ଷା ସହିତ କୌଣସି ପ୍ରକାରର ବୁଝାମଣା କରାଯିବା ଉଚିତ୍ ନୁହେଁ ବୋଲି ଜୋର୍ ଦେଇ ଧର୍ମେନ୍ଦ୍ର ପ୍ରଧାନ ଅଧିକାରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପରିବହନ, ପିଇବା ପାଣି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସାମିଲ ରହିଛି, ଯେପରି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ର (ସେଣ୍ଟର) ରେ କୌଣସି ଅସୁବିଧାର ସାମ୍ନା କରିବାକୁ ନପଡ଼େ।
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…


