ନୂଆଦିଲ୍ଲୀ: ଡରାଇଲାଣି ଇବୋଲା ଭାଇରସ। ଆଫ୍ରିକା ମହାଦେଶରେ ଏବଂ ଉଗାଣ୍ଡାରେ ଇବୋଲା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଙ୍ଗୋ (ଡିଆରସି) ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ଜାରି କରିଛନ୍ତି। କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନକୁ ଅଣ-ଅତ୍ୟାବଶ୍ୟକ ଯାତ୍ରା ଏଡାଇବାକୁ ଅନୁରୋଧ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ପରାମର୍ଶ ଅନୁଯାୟୀ, ଏହି ତିନୋଟି ଦେଶରୁ ଫେରୁଥିବା କିମ୍ବା ଯାତାୟାତ କରୁଥିବା ଯାତ୍ରୀମାନେ ୨୧ ଦିନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ। ଯଦି ଜ୍ୱର, ଦୁର୍ବଳତା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି, ଡାଇରିଆ, ଗଳା ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଯାଏ, ତେବେ ସେମାନେ ତୁରନ୍ତ ବିମାନବନ୍ଦର ସ୍ୱାସ୍ଥ୍ୟ ଡେସ୍କ କିମ୍ବା ନିକଟତମ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ। ଯାତ୍ରୀମାନେ ଇମିଗ୍ରେସନ ପୂର୍ବରୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଯାତ୍ରା ଇତିହାସ ପ୍ରଦାନ କରିବାକୁ ପଡ଼ିବ।
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…


