ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ କାର୍ୟ୍ୟରେ ପ୍ରଭାବିତ ହୋଇ ବିଜେପିରେ ମିଶିଲି:ଦେବାଶିଷ

ନୂଆଦିଲ୍ଲୀ: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେ ନଳରେ ଯୋଗ ଦେଇଛନ୍ତି।
‍ବିଜେପିରେ ମିଶିବା ପରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ କାର୍ୟ୍ୟରେ ପ୍ରଭାବିତ ହୋଇ ବିଜେପିରେ ମିଶିଲି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନରେ ଓଡ଼ିଶାର ବିକଶ ହେଉଛି। ଗୁଣ୍ଡୁଚି ମୂଷା ଭଳି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଓଡ଼ିଶାରେ ବିଜେପି ପାଇଁ ବହୁତ କାମ କରିବି ଓ ଦଳକୁ ଆହୁରି ସୁଦୃଢ଼ କରିବି।
ଗତକାଲି ବିଜେଡିରୁ ଇସ୍ତଫା ଦେବା ସହିତ ସେ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ନବୀନଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଦେବାଶିଷ ଉଲ୍ଲେଖ କରିଥିଲେ ଯେ ସେ ସର୍ବଦା ନିଜକୁ ଦଳର ସ୍ୱାର୍ଥ ପାଇଁ ଉତ୍ସର୍ଗ କରିଆସିଛନ୍ତି ଓ ବହୁ ବର୍ଷ ଧରି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଏବଂ ନିଷ୍ଠାର ସହ ଦଳ ପାଇଁ କାର୍ୟ୍ୟ କରିଛନ୍ତି। ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ସେ ନବୀନଙ୍କ ନିକଟରେ ଚିରଋଣୀ ରହିବେ।

ମାତ୍ର ବର୍ତ୍ତମାନ ପରିସ୍ଥିତିକୁ ନେଇ ସେ ନିଜର କ୍ଷୋଭ ବ୍ୟକ୍ତ କରି କହିଥିଲେ ଯେ ବିଗତ କିଛି ଦିନ ହେବ ଦଳ ମଧ୍ୟରେ ତାଙ୍କୁ ଯୋଜନାବଦ୍ଧ ଭାବେ ନ୍ୟୁନ କରାଯାଇଛି, ଅପମାନିତ ଓ କୋଣଠେସା କରାଯାଇଛି। ଦଳରେ ତାଙ୍କ ସେବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ସେ ଅନୁଭବ କରୁଛନ୍ତି। ଏହି କାର୍ୟ୍ୟଶୈଳୀ ଯୋଗୁଁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେ ଏହି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଦେବାଶିଷ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ନିଟ୍ ଓ ସିବିଏସ୍ଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ:
ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର- ବିଜେଡି

    ଭୁବନେଶ୍ୱର: ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ