
ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା ପାଇଁ ବଡ଼ ନେତା ବିଜେପି ଡଙ୍ଗାକୁ ଲମ୍ଫ ପ୍ରଦାନ କରୁଛନ୍ତି। ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ, ସେମାନେ ଆମ ଲିଙ୍କ୍ ରେ ଅଛନ୍ତି। ବିଜେଡି ଏବେ ନେତୃତ୍ୱ ବିହୀନ, ବିଜେପି ସରକାର ଲମ୍ବା ସମୟ ଧରି ଚାଲିବ ବୋଲି କହିଛନ୍ତି ପ୍ରଦୀପ। ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।


