କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦିଲ୍ଲୀ ଗସ୍ତ ଅଛନ୍ତି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେପି ଶିବିରରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଉଭୟ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ଏହି ଭିତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦଳ ଓ ସରକାର ଏହାରି ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ସମ୍ଭବତଃ ଖୁବଶୀଘ୍ର ଏହା ଶେଷ ହେବ।
ଆସନ୍ତା ଜୁନରୁ ରାଜ୍ୟରେ ବିଜେପି ସରକାରଙ୍କ କାର୍ୟ୍ୟକାଳକୁ ୨ ବର୍ଷ ପୂରିବ । ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ଏହି ପଦ ପୂରଣ ସହ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଓ ସମ୍ପ୍ରସାରଣ ନେଇ ଗତ କିଛିଦିନ ହେବ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହାସହ ନିଗମ, ବୋର୍ଡ ଆଦିରେ ଦଳୀୟ ନେତାମାନଙ୍କୁ ନିଯୁକ୍ତ କରିବା ନେଇ ଦୀର୍ଘଦିନରୁ ପ୍ରକ୍ରିୟା ଲଟକି ରହିଛି । ଏସବୁ ଦିଗରେ କିଛି ବଡ଼ ନିଷ୍ପତ୍ତି ଖୁବଶୀଘ୍ର ହୋଇପାରେ । ସେଥିପାଇଁ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ମୋହନ ଓ ମନମୋହନ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିବା ଶୁଣାଯାଉଛି । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷକ ନୀତିନ ନବୀନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ବାକ୍ଷାତ କରିଥିବା ସୂଚନା ମିଳିଛି। ଏହି ସମୟ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଓଡ଼ିଶା ଫେରିବା ପରେ ଜଣାପଡିବ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ଖରା ଛୁଟି ସରିବା ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି:ମନ୍ତ୍ରୀ

    ଭୁବନେଶ୍ଵର : ଖରା ଛୁଟି ସରିବା ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ମନ୍ତ୍ରୀ କହିଛନ୍ତି ଯେ, ୯୦ ପ୍ରତିଶତ ବହି ଛପା ସରିଲାଣି, ପିଲାଙ୍କ ପାଖରେ ପହଞ୍ଚୁଛି। ବାକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ