ୟଙ୍ଗ ଆଷ୍ଟ୍ରୋନୋମର୍ ଟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତାରେ ରାଇକିଆର ରାକେଶ ନାୟକଙ୍କ ସଫଳତା

ରାଇକିଆ,୨୭/୦୫/୨୬:ବିଜ୍ଞାନ ଓ ଅନ୍ତରିକ୍ଷ ଗବେଷଣା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ “ୟଙ୍ଗ ଆଷ୍ଟ୍ରୋନୋମର୍ ଟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତାର ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଜୟ ଉଚ୍ଚ ବିଦ୍ୟାଳୟର ଛାତ୍ର ରାକେଶ ନାୟକ ଓ ତାଙ୍କ ପ୍ରଶିକ୍ଷକ ଶ୍ରୀ ମୋସେସ ନାୟକ ଚୟନ ହୋଇଥିବାରୁ ବିଦ୍ୟାଳୟ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି । ରାକେଶଙ୍କ ଏହି ସଫଳତା ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନୀଳମଣି ମଣ୍ଡଳ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଏବଂ ଟାଟା ଷ୍ଟିଲ୍‌ର ସହଯୋଗରେ ଆୟୋଜିତ ୟୁଙ୍ଗ ଆଷ୍ଟ୍ରୋନୋମର ଟାଲେଣ୍ଟ ସର୍ଚ୍ଚର ୧୯ତମ ସଂସ୍କରଣରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୭୬ ହଜାର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ବୈଜ୍ଞାନିକ ଜ୍ଞାନ, ବିଜ୍ଞାନ ପ୍ରତି ଆଗ୍ରହ ଏବଂ ତାର୍କିକ ଦକ୍ଷତାକୁ ଆଧାର କରି ବହୁସ୍ତରୀୟ ମୂଲ୍ୟାଙ୍କନ ପରେ ଶୀର୍ଷ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବିଶେଷ ଭ୍ରମଣ ପାଇଁ ଚୟନ କରାଯାଇଥିଲା ।
୨୬ ମେ ରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ SDSC-SHAR ର ବିଭିନ୍ନ ବୈଜ୍ଞାନିକ ସୁବିଧା ଓ ପ୍ରକ୍ଷେପଣ କେନ୍ଦ୍ର ପରିଦର୍ଶନ କରିବେ । ସେମାନେ ଭାରତର ଅନ୍ତରିକ୍ଷ ମିଶନ୍‌, ଲଞ୍ଚ ଭେହିକଲ୍‌ ବ୍ୟବସ୍ଥା, ସାଟେଲାଇଟ୍‌ ପ୍ରଯୁକ୍ତି ଓ ଟ୍ରାକିଂ ଅପରେସନ୍‌ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବେ ।
“ଆଜିର ତାରାଦର୍ଶୀ, ଆସନ୍ତାକାଲିର ଗଗନଯାତ୍ରୀ” ଥିମ୍‌କୁ ଆଧାର କରି ୨୦୨୫-୨୬ ବର୍ଷର ୟୁଙ୍ଗ ଆଷ୍ଟ୍ରୋନୋମର ଟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ସହ ଅନ୍ତରିକ୍ଷ ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ଏପର୍ଯ୍ୟନ୍ତ ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ୨୬୦ରୁ ଅଧିକ ବିଜେତା ଦେଶର ବିଭିନ୍ନ ଭାରତୀୟ ଅନ୍ତରିକ୍ଷ ଗବେଷଣା ସଂସ୍ଥା ।କେନ୍ଦ୍ର ପରିଦର୍ଶନ କରି ସ୍ୱତନ୍ତ୍ର ଅନୁଭବ ଲାଭ କରିଛନ୍ତି. ୟୁଙ୍ଗ ଆଷ୍ଟ୍ରୋନୋମର ଟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ ଓଡ଼ିଶାର ଆଗାମୀ ପିଢ଼ୀର ବୈଜ୍ଞାନିକ, ନବୋନ୍ମେଷକ ଓ ଅନ୍ତରିକ୍ଷ ପ୍ରେମୀମାନଙ୍କୁ ପ୍ରେରଣା ଯୋଗାଇ ଆସୁଥିବା ଦେଶର ଅଗ୍ରଣୀ ବିଜ୍ଞାନ ପ୍ରଚାର ଅଭିଯାନମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଉଛି.

ରିପୋର୍ଟ: ଦୁତି କୃଷ୍ଣ ପଣ୍ଡା

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ