ଝୁଲି ପଡ଼ିଲେ ଦୁଇ ଛାତ୍ର

ନୂଆଦିଲ୍ଲୀ: ଝୁଲି ପଡ଼ିଲେ ଜେଇଇ ପରୀକ୍ଷା ପାଇଁ କୋଚିଂ ନେଉଥିବା ଦୁଇ ଛାତ୍ର। ରାଜସ୍ଥାନର କୋଟାରୁ ସାମ୍ନାକୁ ଆସିଛି ପୁଣି ଏଭଳି କିଛି ଅଭିଯୋଗ।

ସୂଚନା ମୁତାବକ, କୋଟାର ବିଜ୍ଞାନ ନଗରରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ୨୦ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ଅଭିଷେକ ବୋଲି ଜଣା ପଡିଛି। ସେ ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ବାସିନ୍ଦା ଥିଲେ।ଅଭିଷେକ ଗତ ବର୍ଷ ମେ ମାସରୁ କୋଟାର ଏକ କୋଚିଂ ସେଣ୍ଟରରେ ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏଠାରେ ବିଜ୍ଞାନ ନଗର ପୁଲିସ୍ ଷ୍ଟେସନ ପରିସରରେ ଥିବା ଡାକନିଆ ଅଞ୍ଚଳରେ ଏକ ପିଜିରେ ରହୁଥିଲେ। ପୁଲିସର ସୂଚନାନୁସାରେ ଅଭିଷେକ କୋଠରୀରେ ଥିବା ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

ସେହିପରି ଏହାପୂର୍ବରୁ ବୁଧବାର କୋଟା ଜିଲ୍ଲାର ଜବାହର ନଗର ଥାନା ଅଞ୍ଚଳରେ ମଧ୍ୟ ଆଇଆଇଟି -ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକ ଛାତ୍ର ଜଣକ ଥିଲେ ୧୯ ବର୍ଷୀୟ ନୀରଜ। ସେ ହରିୟାଣାର ବାସିନ୍ଦା ଥିଲେ।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି