ପାଞ୍ଜି ଖୋଲିବ:ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ କେତେକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଠକେଇ ମାମଲାରେ ଦୋଷମୁକ୍ତ ହେବାପରେ ପ୍ରଦୀପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ସେତେବେଳେ ମିଛରେ ଦୋଷ ଲଗାଇ ଦଳରୁ ବହିଷ୍କାର କରାଗଲା, ଅପରପକ୍ଷେ ରାଜ୍ୟବାସୀ ବିଜେଡିକୁ ଶାସନରୁ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲିଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜକୁ କେତେ ସ୍ବଚ୍ଛ କହିଆସୁଛନ୍ତି ସେସବୁର ପାଞ୍ଜି ଖୋଲିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ କଢ଼ାଯିବା ନେଇ ଏ ପର୍ୟ୍ୟନ୍ତ ଥରୁଟିଏ ମୁହଁ ଖୋଲିନାହାନ୍ତି ବୋଲି ବ୍ରହ୍ମପୁର ଏମ୍‌ପି କହିଛନ୍ତି।
କହିଛନ୍ତି, କାର୍ତ୍ତିକ ପାଣ୍ଡିଆନ ଗୋଟେ ମ୍ୟାଟେରିଆଲ ନୁହେଁ। ନବୀନବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ ତାଙ୍କୁ ଠିକା ଦେଇଦେଲେ। ସିଏମ୍‌ଓକୁ କର୍‌ପସନ, କମିଶନ୍‌, କଲେକ୍ସନର ହବ୍‌ କରାଯାଇଥିଲା। ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କ’ଣ ଗୋଟେ ନେତା କି କହି ସେ ଛିଗୁଲେଇଥିଲେ। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ନେଇ ଆକ୍ଷେପକରି କହିଛନ୍ତି, ସମ୍ପୃକ୍ତ ଅଫିସର ପ୍ରଥମ ଥର ଟୁଇଟ୍‌କରି ଗିରଫ କରିଥିବା ଜଣାଇଥିଲେ। ତାଙ୍କୁ କିଏ ଗିରଫ କରିବ ବୋଲି ପଚାରିବା ବେଳେ ଉକ୍ତ ଆଇପିଏସ୍‌ ଅଫିସର କହିଥିଲେ, ସେ କରିବେ। ତାଙ୍କୁ ଗିରଫ କରିବା ପରେ ଉକ୍ତ ଆଇପିଏସ୍‌ ଅଫିସରଙ୍କୁ ପୁରସ୍କାର ସ୍ବରୂପ କମିଶନର କରାଯାଇଥିଲା ବୋଲି ପ୍ରଦୀପ କହିଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କୁ ଏବେ ବଡ଼ ଆଶ୍ୱସ୍ତି ମିଳିଛି। ସବୁ ମାମଲାରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ମଙ୍ଗଳବାର ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ମାନ୍ୟବର କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ବୁଧବାର ଆଉ ୩ଟି ମାମଲାର ଶୁଣାଣିକରି ସମସ୍ତ ମାମଲାରେ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି