ଉପଯୋଗ ହୋଇପାରିନି ‘ଲକ୍ଷ୍ମୀ’ ବସ୍ ପାଣ୍ଠି,ପରିବହନ ବିଭାଗ ଜବାବର ତଲବ

ଭୁବନେଶ୍ବର: ଲୋକଙ୍କୁ ସୁବିଧାଜନକ ବସ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସଆରଟିସି)କୁ ପାଣ୍ଠି ଦେଉଛନ୍ତି। ତେବେ କ୍ରମାଗତ ଭାବେ କ୍ଷତି ସହି ଚାଲିଥିବା ରାଜ୍ୟ ସରକାରଙ୍କ ଏହି ପ୍ରମୁଖ ନିଗମ ଗତ ୩ ବର୍ଷରେ ହଜାରେ କୋଟି ଟଙ୍କା ଖର୍ଚ୍ଚ ନ କରି ବ୍ୟାଙ୍କରେ ପକାଇ ରଖିଛି। ଓଡ଼ିଶା ମହାଲେଖାକାରଙ୍କ ତଦନ୍ତରୁ ଏହା ଜଣାପଡ଼ିବା ପରେ ନିଗମକୁ ଜବାବ ତଲବ କରିଛି ପରିବହନ ବିଭାଗ। ମୁଖ୍ୟମନ୍ତ୍ରୀ ବସ୍ ସେବା (ଲକ୍ଷ୍ମୀ ବସ୍) ନିମନ୍ତେ ରାଜ୍ୟ ସରକାର ପ୍ରଥମ ତିନିବର୍ଷ ଲାଗି ୩୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିରୁ ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ଓଏସଆରଟିସିକୁ ମୋଟ ୨୮୦୬ କୋଟି ଟଙ୍କା ଦିଆଯାଇଥିଲା। ସେଥିମଧ୍ୟରୁ ୨୦୨୩-୨୪ରେ ଓଏସଆରଟିସିକୁ ସରକାର ୬୫୬ କୋଟି ଟଙ୍କା ଦେଇଥିଲେ। ସେଥିରୁ ୧୫୩ କୋଟି ଟଙ୍କା ବ୍ୟୟ ହେଲା ନାହିଁ। ସେହିପରି ୨୦୨୪-୨୫ରେ ନିଗମ ପାଇଥିବା ୧୦୮୫ କୋଟି ଟଙ୍କାରୁ ୩୬୯ କୋଟି ଟଙ୍କା ଏବଂ ୨୦୨୫-୨୬ରେ ପାଇଥିବା ୧୦୬୫ କୋଟି ଟଙ୍କାରୁ ୪୭୮ କୋଟି ଟଙ୍କା ବ୍ୟୟ ହୋଇନାହିଁ। କ୍ରମାଗତ ଭାବେ ବଜେଟ ପାଣ୍ଠି ବିନିଯୋଗ ହେଉ ନ ଥିବା ବେଳେ ପୁନର୍ବାର କ’ଣ ପାଇଁ ଓଏସଆରଟିସିକୁ ପାଣ୍ଠି ଦିଆଯାଉଛି ତାହା ମହାଲେଖାକାର ଜାଣିବାକୁ ଚାହିଁଛନ୍ତି। ଏଥିସହ ଦୁଇଟି ଘରୋଇ ବ୍ୟାଙ୍କ ଏବଂ ଗୋଟିଏ ସରକାରୀ ବ୍ୟାଙ୍କରେ ଜମା ଥିବା ଅବ୍ୟବହୃତ ପାଣ୍ଠି ‘ଲକ୍ଷ୍ମୀ’ ଯୋଜନା ଓ ଗ୍ରାମୀଣ ପରିବହନ ସେବା ଯୋଜନା ନାମରେ କ’ଣ ପାଇଁ ରଖାଯାଇଛି? ଯଦି ଗୋଟିଏ ଯୋଜନା ତା’ ହେଲେ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଯୋଜନାର ଟଙ୍କା କ’ଣ ପାଇଁ ରଖାଯାଇଛି, ତାହାର ଉତ୍ତର ଦେବାକୁ କୁହାଯାଇଛି। ଓଏସଆରଟିସି ବଜେଟ ଖର୍ଚ୍ଚ କରିପାରୁ ନ ଥିବା ବେଳେ ବାସ୍ତବବାଦୀ ଖର୍ଚ୍ଚ ଦାବି ଉପସ୍ଥାପନ କରିବା ପାଇଁ କୁହାଯାଇଛି କି ବୋଲି ମହାଲେଖାକାର ଜାଣିବାକୁ ଚାହିଁଛନ୍ତି।

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ