ଦେବଗଡ: ରିଆମାଳ ତହସିଲ କାର୍ଯ୍ୟାଳୟରେ ଆଜି ୨୨ ଜଣ ପ୍ରି-ସେଟଲ୍ମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ତହସିଲଦାର ବିଜୟଲକ୍ଷ୍ମୀ ନାୟକ ଯୋଗ ଦେଇ ଏହା ବଣ୍ଟନ କରିଥିଲେ। ଓଡିଶା ସର୍ଭେ ଓ ସେଟଲ୍ମେଣ୍ଟ ନିୟମ-୧୯୬୨ରେ ସଂଶୋଧନ ଅନୁସାରେ ଏକ ନୂତନ ଅଧାୟ ୩୪(ଜି)କୁ ଯୋଗ କରଯାଇଛି। ସେ ଅନୁଯାୟୀ ତହସିଲଦାରଙ୍କୁ ପ୍ରି-ସେଟଲମେଣ୍ଟ ଦଲିଲ ଆଧାରିତ ସେଟେଲମେଣ୍ଟ ମାମଲାର ଫଇସଲା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ଏହି ସଂଶୋଧିତ ନିୟମ ପ୍ରକାଶ ପାଇବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ବିଚାରାଧୀନ ଥିବା ମାମଲାକୁ ରିଆମାଳ ତହସିଲଦାରଙ୍କୁ ନୂତନ ଆଇନ ଅନୁଯାଇ ଫଇସଲା କରିବା ପାଇଁ ହସ୍ତାନ୍ତର କରଯାଇଥିଲା। ତନ୍ମଧ୍ୟରୁ ୨୨ଟି ମାମଲାର ଫଇସଲା କରାଯାଇ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।
ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା
ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…


