
ଦେବଗଡ଼:ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ନନ୍ କ୍ୟାଡର ସରକାରୀ ଓକିଲ ମାନଙ୍କ ପାଇଁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନ ବିଭାଗ ଡେପୁଟି ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟଅତିଥି,ବରିଷ୍ଠ ଡାକ୍ତର ଅମୃତ ପ୍ରିତମ ଶତପଥୀ, ଢେଙ୍କାନାଳ ଜିଲ୍ଲାର ଡେପୁଟି ଡାଇରେକ୍ଟର ଗଣେଶ ବେହେରା,ପିପି ଯୋଗେଶ୍ବର ପାତ୍ର,ଆସିଷ୍ଟାଣ୍ଟ ଡାଇରେକ୍ଟର ନିରଞ୍ଜନ ନାୟକ,ଏସଡିପିଓ ରମେଶ ଚନ୍ଦ୍ର ମହାନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଦୁଇଦିନ ଧରି ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ବିଭିନ୍ନ ଜିଲ୍ଲାର ବରିଷ୍ଠ ସରକାରୀ ଆଇନଜ୍ଞ,ଡାକ୍ତର,ଫରେନସିକ ରିସର୍ଚ୍ଚ ବ୍ୟକ୍ତି ଯୋଗଦେଇ ନବନିଯୁକ୍ତ ନନ୍ କ୍ୟାଡର ସରକାରୀ ଓକିଲ ମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଏବଂ ବିଭିନ୍ନ ମାମଲାରେ ପୀଡିତ ପୀଡିତା ଙ୍କୁ ନ୍ୟାୟ ପ୍ରଦାନ ସହ ଅପରାଧୀମାନଙ୍କୁ ଦଣ୍ଡାଦେଶ ସଂପର୍କରେ ତାଲିମ ପ୍ରଦାନ କରିବେ।


