ଅକଳରେ ଭଦ୍ରକର ମଣ୍ଡଳ ଦମ୍ପତି, ଗେରୁଆ ଶିବିରରୁ ମିଳୁନି ସବୁଜ ସଂକେତ

ଭଦ୍ରକ : ବିଜେଡି ଛାଡିବା ପରେ ଭଦ୍ରକର ମଣ୍ଡଳ ଓ ସାହୁ ଦମ୍ପତି ବିଜେପିରେ ସାମିଲ ହେବା ନେଇ ଜୋରଦାର ଆଲୋଚନା ହେଲା। ଦଳ ଛାଡିବାର ମାସେରୁ ଅଧିକ ସମୟ ହେଲାଣି ଏଯାଏଁ ପଦ୍ମ ଶିବିରରୁ ମିଳୁନି ସବୁଜ ସଂକେତ। ଏଭଳି ଦୋଦୁଲ୍ୟମାନ ସ୍ଥିତି ଭିତରେ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ବେଶ ଚିନ୍ତାରେ ଏହି ହେଭିୱେଟ ରାଜନୈତିକ ଦମ୍ପତି। ପଛରେ ଦେବାଶିଷ ସାମନ୍ତରାୟ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବେଳେ ମଣ୍ଡଳ ଦମ୍ପତିଙ୍କ କ୍ଷେତ୍ରରେ କିଏ ପୂରାଇଲା କେଁ? ନା ବିଜେପି ପାଇଁ ଅଲୋଡା ହୋଇଗଲେ ପ୍ରଭାବଶାଳୀ ମଣ୍ଡଳ ଦମ୍ପତି।
୨୫ ଏପ୍ରିଲ ୨୦୨୬। ଭଦ୍ରକର ଟାଣୁଆ ରାଜନୈତିକ ଦମ୍ପତ୍ତି ବିଜେଡିକୁ ବାଏ ବାଏ କଲେ। ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ, ଶଶି ସାହୁ, ସୁବାସିନୀ ସାହୁଙ୍କ ସହ ଜଗନ୍ନାଥ ସାହୁ ନବୀନଙ୍କ ହାତ ଛାଡିଥିଲେ। ଚର୍ଚ୍ଚା ହେଉଥିଲା, ଖୁବଶୀଘ୍ର ବିଜେପି ଶିବିରରୁ ଡାକରା ଆସିବ। ଡିଲ୍‌ ସହ ତାରିଖ ମଧ୍ୟ ଫାଇନାଲ ହୋଇସାରିଥିଲା। ମେ ପ୍ରଥମ ସପ୍ତାହରେ ମଣ୍ଡଳ ଓ ସାହୁ ଦମ୍ପତି ଧରିଥାନ୍ତେ ପଦ୍ମ। ହେଲେ ସମୟ ଗଡିବା ସହ ଏବେ ଏହି ହେଭିୱେଟ ଦମ୍ପତ୍ତିଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଚର୍ଚ୍ଚା ହେଉଛି, ଉପର ମହଲରୁ ଗ୍ରୀନ୍‌ ସିଗନାଲ ମିଳୁନଥିବାରୁ ଅଟକିଛି ମିଶ୍ରଣ ପର୍ବ। ହେଲେ ହଠାତ୍ କାହିଁକି ନିଷ୍ପତ୍ତି ବଦଳିଲା? କେଉଁଠୁ ପଡ଼ିଲା କି ଅଦୃଶ୍ୟ ଚାପ?
ମଣ୍ଡଳ ଦମ୍ପତିଙ୍କୁ ଭଦ୍ରକ ବିଜେପିର କିଛି ପୁରୁଣା ନେତା ବିରୋଧ କରୁଛନ୍ତି। ବିଶେଷକରି ଧାମନଗର ଓ ଭଦ୍ରକ ନିର୍ବାଚନମଣ୍ଡଳୀରେ ଭିତିରିଆ ବିରୋଧ ତୀବ୍ର ହୋଇଛି। ସେହିଭଳି ବିଜେପିରେ ଶଶୀ ସାହୁଙ୍କ ଏଣ୍ଟ୍ରିକୁ ସିମୁଳିଆର ବିଧାୟକ ଚାହୁଁନଥିବା ଚର୍ଚ୍ଚା ହେଉଛି। ତେଣୁ ଦଳର ପୁରୁଣା ନେତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁନାହାନ୍ତି ବିଜେପିର ଶୀର୍ଷ ନେତୃତ୍ବ। ଭଦ୍ରକ ରାଜନୀତିରେ ପତିଆରା ଓ ଦବଦବାର ଲଢେଇ ଭିତରେ ମିଶ୍ରଣ ପର୍ବ ବିଳମ୍ବିତ ହେଉଥିବା କୁହାଯାଉଛି। କଟକ ରାଜନୀତିରେ ଦବଦବା ରଖିଥିବା ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦେବାଶିଷ ପଦ୍ମ ଧରିବା ପରେ ଏହି ଚର୍ଚ୍ଚାରେ ଏବେ ସାମୟିକ ବିରାମ ଲାଗିଛି।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ