ବର୍ବରତାର ସବୁ ସୀମା ଟପିସାରିଲାଣି ପୋଲିସ୍ ପ୍ରଶାସନ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ପୋଲିସ୍ ପ୍ରଶାସନର ବର୍ବରତା ସବୁ ସୀମା ଟପିସାରିଲାଣି । ଥାନା ଭିତରେ ଥାର୍ଡଡିଗ୍ରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ପୋଲିସ୍ ପ୍ରଶାସନ ଅମାନୁଷିକ ଭାବେ ସାଧାରଣ ଲୋକଙ୍କ ଉପରେ ଥାର୍ଡଡିଗ୍ରୀ କରିବା ଅତ୍ୟନ୍ତ ନିନ୍ଦନୀୟ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ପୋଲିସ୍ ପ୍ରଶାସନ ଓଡ଼ିଶାର ନିରୀହ ଜନସାଧାରଣଙ୍କ ଉପରେ ବର୍ବରୋଚିତ ଭାବେ ଥାନା ଭିତରେ ଯେଉଁ ଥାର୍ଡଡିଗ୍ରୀ କରୁଛି, ତାହା ସମସ୍ତଙ୍କୁ ବିଚଳିତ କରିଦେଇଛି ବୋଲି କହିଥିଲେ ।
ଡ଼ ଲେନିନ ମହାନ୍ତି କହିଥିଲେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ବରତା ଓ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି । ପୋଲିସ୍ ମହାନିଦେ୍ର୍ଦଶକ ଗତ ୧୦ ଦିନ ଭିତରେ ଦୁଇ ଥର କହିସାରିଲେଣି, ଓଡ଼ିଶାରେ ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ଏହାସତ୍ତ୍ୱେ ଅପରାଧୀମାନେ ପୋଲିସ୍ ଡିଜିଙ୍କ କଥାକୁ ବେଖାତିର କରି ଅପରାଧ ଘଟାଇ ଚାଲିଛନ୍ତି । ଅପରପକ୍ଷରେ ପୋଲିସ୍ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଥାନାକୁ ଡକାଇ ଅକଥନୀୟ ନିର୍ଯାତନା ଦେଉଛି । ଗତ କିଛି ତଳେ କମିଶନରେଟ ପୋଲିସ୍ ଅଧୀନରେ ଥିବା ବାରଙ୍ଗ ଥାନାରେ ନିଜ ସ୍ତ୍ରୀ ନିଖୋଜ ଥିବାର ମାମଲା ଦାୟର କରିବାକୁ ଯାଇଥିବା ରାକେଶ ବେହେରାଙ୍କୁ ପୋଲିସ୍ ଅଟକ ରଖି ଏଭଳି ଥାର୍ଡଡିଗ୍ରୀ ପ୍ରୟୋଗ କଲେ, ଆଜି ସେ ଜୀବନ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ରାଜନଗର ତାଳଚୁଆ ସାମୁଦି୍ରକ ଥାନା ଭିତରେ ଆଇଆଇସି ଜଣେ ଗରିବ ମାଆ ଓ ପୁଅଙ୍କୁ ଅସଭ୍ୟ ଗାଳିଗୁଲଜ କରିବା ସହ ମାଆକୁ ଅର୍ଦ୍ଧଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଲୋକଙ୍କ ପ୍ରତିବାଦ ଯୋଗୁଁ ଉଭୟ ଥାନାର ଆଇଆଇସିଙ୍କୁ ବଦଳି କରି ପୋଲିସ୍ ପ୍ରଶାସନ ଚୁପ୍ ହୋଇ ବସିରହିଛି ।
ଡ଼ ମହାନ୍ତି ଆହୁରି କହିଥିଲେ, ଗତକାଲି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାର ଆଇଆଇସି ଲଘୁ ଖଣିଜ ସମ୍ପଦ ଚୋରା କାରବାରର ମୁଖ୍ୟ କାର୍ପଟଦାରଙ୍କୁ ପଚାରିବାକୁ ସାହାସ ଜୁଟାଇ ନ ପାରି ଜଣେ ନିରୀହ ଭିନ୍ନକ୍ଷମ ଯୁବକଙ୍କୁ ଉଠାଇ ଆଣି ଦୀର୍ଘ ୩ ଦିନ ଧରି ହାଜତ ଭିତରେ ଥାର୍ଡଡିଗ୍ରୀ ଦେଇଚାଲିଲେ, ଯାହା ଫଳରେ ତାଙ୍କର ମୃତୁ୍ୟ ହେଲା । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଲଘୁ ଖଣିଜ ସମ୍ପଦ ଚୋରା କାରବାରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେଠାରୁ ପ୍ରତିଦିନ ହଜାର ହଜାର ଟ୍ରକରେ ଲଘୁ ଖଣିଜ ପଦାର୍ଥ ବାହାର ରାଜ୍ୟକୁ ପଠାଯାଇ ପ୍ରଚୁର କଳାଧନ ଉପାର୍ଜନ କରାଯାଉଛି । ବିଗତ ୨୦ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ୧୦ଟି ମର୍ଡର ହେଲାଣି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଗଞ୍ଜାମ ଜିଲ୍ଲା କ୍ରାଇମ୍ର ପେଣ୍ଠସ୍ଥଳୀ ପାଲଟିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟ ଅନୁଯାୟୀ ୨୦୨୫-୨୬ ବର୍ଷରେ ଓଡ଼ିଶାରେ ହାଜତ ମୃତୁ୍ୟ ସଂଖ୍ୟା ୧୦ରେ ପହଞ୍ଚିଲାଣି । ଗଞ୍ଜାମ ଜିଲ୍ଲାରେ ଥାନାର ଏସ୍ଡିପିଓ ମାନେ ଯଦି ବିଧାୟକଙ୍କ ଘରୁ ନିଜର ଅଫିସ୍ ପରିଚାଳନା କରିବେ, ତାହେଲେ ସାଧାରଣ ଜନତା କିପରି ନ୍ୟାୟ ପାଇବେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।
ଇପ୍ସୀତା ସାହୁ କହିଥିଲେ, ଓଡ଼ିଶାରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତୀ ପାଳନ କରିବାକୁ ଯାଉଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନ କହିଲେ ଭଲ । ସମଗ୍ର ରାଜ୍ୟରେ ଭିଡ଼ହିଂସା ଠାରୁ ଆରମ୍ଭ କରି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଯେଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି, ତାହା ଆଗରୁ କେବେ ଘଟିନଥିଲା । ଗଲା ୨ ବର୍ଷ ଭିତରେ ପୋଲିସ୍ ସାଧାରଣ ଲୋକଙ୍କୁ ଥାନାରେ ବିନା କାରଣରେ ନିର୍ଯାତନା ଦେବା ସହ ପିଟି ପିଟି ମାରିଦେବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରିଛି ଏବଂ ବିଜେପି ସରକାରର ଅପାରଗତାକୁ ପଦାରେ ପକାଇଛି । ଗତକାଲି କବିସୂର୍ଯ୍ୟନଗର ହାଜତ ମୃତୁ୍ୟ ଘଟଣାରେ ମୃତକଙ୍କ ଭାଇଙ୍କୁ ପୋଲିସ୍ ଗଣମାଧ୍ୟମକୁ ସାମ୍ନାକୁ ନ ଛାଡ଼ିବା, ସାଧାରଣରେ ସନେ୍ଦହ ସୃଷ୍ଟି କରୁଛି । କବିସୂର୍ଯ୍ୟନଗରରେ ଲଘୁ ଖଣିଜ ଚୋରା କାରବାରରେ ବିଜେପି ନେତାମାନଙ୍କ ସମ୍ପୃକ୍ତି ଥିବାରୁ ପୋଲିସ୍ ପ୍ରଶାସନ ଜଣେ ନିରୀହ ଶ୍ରମଜୀବୀଙ୍କୁ ଥାନାକୁ ଡକାଇ ପିଟି ପିଟି ମାରିଦେବା ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ଉପରେ ଯଦି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାନଯାଏ, ତେବେ ବିଜୁ ଜନତା ଦଳ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ