ସରକାର ମୃତ ଶ୍ରମିକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଅନ୍ତୁ : ଭକ୍ତ

ଭୁବନେଶ୍ୱର: ପିସିସି ସଭାପତି ଦିନିକିଆ ଗସ୍ତରେଭୁବନେଶ୍ୱରରୁ ବିମାନ ଯୋଗେ ଯାଇ ଉତ୍କେଲା ବିମାନ ବନ୍ଦରରେ ଓଲ୍ହାଇ ସିଧାସଳଖ କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଲକର ଗୌଡ଼ କର୍ଲାଖୁଣ୍ଟା ଗ୍ରାମକୁ ପହଞ୍ଚିଥିଲେ lସୂଚନାଯୋଗ୍ୟ, ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ ପାଇଖାନା ଟାଙ୍କିରେ ଛଅ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସ୍ୱାଶରୁଦ୍ଧ ହୋଇ ମୃତ୍ୟବରଣ କରିଥିଲେ ଏବଂ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ ଚିକିତ୍ସିତ ଅଛନ୍ତି lପିସିସି ସଭାପତି ଶ୍ରୀ ଦାସ ମୃତ ଶ୍ରମିକ ମାନଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଆହତ ହୋଇଥିବା ଶ୍ରମିକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ l

ଏହା ସହ ପ୍ରତ୍ୟେକ ମୃତକ ପରିବାରକୁ 10 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ lଭବିଷ୍ୟତରେ ଏଭଳି ଦୁର୍ଘଟଣା ଏଡାଇବା ପାଇଁ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ଅଛି ଏବଂ ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପ୍ରକାଶ କରିଥିଲେ l

  • Related Posts

    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading
    ଚାମେଲି ଓଝାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ ଜାରି

    ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟିଂ ଅନୁଷ୍ଠିତ ହେଉଛି l ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଅନାସ୍ଥା ଭୋଟିଂ କରିବା ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ