ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ୟ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକୀୟ ସଂସଦର ନିମ୍ନ ସଦନରେ ଆଗତ ହୋଇଥିବା ଏହି ବିଲ୍ ସପକ୍ଷରେ ୨୧୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୦୮ଟି ଭୋଟ୍ ପଡ଼ିଥିଲା। ରିପବ୍ଲିକାନ୍ ପାର୍ଟିର ୪ ଜଣ ସାଂସଦ ଥୋମାସ୍ ମାସି, ବ୍ରାଏନ୍ ଫିଟ୍ଜପ୍ୟାଟ୍ରିକ୍, ଟମ୍ ବାରେଟ୍ ଏବଂ ୱାରେନ୍ ଡେଭିଡସନ୍ ଦଳୀୟ ଶୃଙ୍ଖଳା ଭାଙ୍ଗି ଡେମୋକ୍ରାଟ୍ସଙ୍କ ସମର୍ଥନରେ ଆସିଥିଲେ। ଯାହା ଫଳରେ ଏହି ପ୍ରସ୍ତାବଟି ସଂଖ୍ୟାଗରିଷ୍ଠତା ହାସଲ କରି ପାରିତ ହୋଇଥିଲା। ବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ପଦାରେ ପଡ଼ିଲା ରାଷ୍ଟ୍ରପତି ଟ୍ରମ୍ପଙ୍କ ଇରାନ ନୀତି ପ୍ରତି ବଢୁଥିବା ଅସନ୍ତୋଷ।
୧୯୭୩ ମସିହାରେ ତିଆରି ହୋଇଥିବା ଏହି ଆଇନ ଅନୁଯାୟୀ, କଂଗ୍ରେସର (ଆମେରିକା ସଂସଦ) ସ୍ୱୀକୃତି ବିନା ରାଷ୍ଟ୍ରପତି ନିଜ ଇଚ୍ଛାରେ ୬୦ ଦିନରୁ ଅଧିକ ସମୟ ଧରି କୌଣସି ବିଦେଶୀ ରାଷ୍ଟ୍ରରେ ସାମରିକ କାର୍ୟ୍ୟାନୁଷ୍ଠାନ ବା ଯୁଦ୍ଧ ଜାରି ରଖିପାରିବେ ନାହିଁ। ଇରାନ ସହ ଚାଲିଥିବା ବିବାଦ ୯୦ ଦିନ ଅତିକ୍ରମ କରିସାରିଥିବାରୁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ବିରୋଧୀଙ୍କ କହିବା ଅନୁଯାୟୀ, ଏହି ଯୁଦ୍ଧ ଆମେରିକାର ଟିକସଦାତାଙ୍କର ପ୍ରାୟ ୧୦୦ ବିଲିୟନ୍ ଡଲାର ଖର୍ଚ୍ଚ କରାଇସାରିଲାଣି ଏବଂ ଏହାର କୌଣସି ନିର୍ଦ୍ଦିଷ୍ଟ ଅନ୍ତ ଦେଖାଯାଉନାହିଁ।
କେରଳମ୍ ଛୁଇଁଲା ମୌସୁମୀ ବାୟୁ
କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…


