୨୦୨୯ରେ ମଧ୍ୟ ବିଜେପି ସପକ୍ଷରେ ଜନାଦେଶ ଯିବ:ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଓଡିଶାରେ ବିଜେଡି ସରକାର ପତନ ଓ ବିଜେପି ସରକାର ଉତ୍ଥାନକୁ ଦୁଇ ବର୍ଷ ପୂରଣ ହୋଇଛି । ଆଜିର ଦିନକୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଫଳତା ଦାବିର ପ୍ରତ୍ୟୁତ୍ତର ରଖିଛି ପୂର୍ବତନ ଶାସକ ଦଳ ବିଜୁ ଜନତା ଦଳ । ‘ଡବଲ ଇଞ୍ଜିନ ସରକାର’ର ଗତ ୨୪ ମାସର ବିଫଳତାର ଏକ ତାଲିକା ପ୍ରଦାନ କରିଛି ବିଜେଡି । ସେପଟେ ବିଜେଡି ତାଲିକାର ଜବାବ ରଖିଛି ଶାସକ ଦଳ ।
ବିଜେଡି ଅଭିଯୋଗରେ ପ୍ରତିତ୍ତୋର ରଖିଛି ଶାସକ ଦଳ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, “ଜୁନ ୪ ଆଜିର ଦିନରେ ଓଡିଶାବାସୀ ଭାରତୀୟ ଜନତା ପାର୍ଟି ସପକ୍ଷରେ ଜନାଦେଶ ଦେଇଥିଲେ । ଓଡିଶାରେ ଗୋଟିଏ ଐତିହାସିକ ରାଜନୈତିକ ପଟ୍ଟ ପରିବର୍ତ୍ତନ ହୋଇଥିଲା । ନବୀନ ସରକାର ବିରୋଧରେ ଜନାଦେଶ ହୋଇଥିଲା । ବିଗତ ସରକାର ରାଜ୍ୟର ସାମଗ୍ରିକ ବିକାଶ କରିପାରିଲା ନାହିଁ । ଦୁର୍ନୀତିରେ ଲିପ୍ତ ରହିବା ସହ ଅରାଜକତା ଚରମ ସୀମାରେ ପହଁଚିଲା । ଖଣି ଖାଦାନରେ ବ୍ୟାପକ ଦୁର୍ନୀତି ହେଲା । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିକଶିତ ଓଡିଶା, ସମୃଦ୍ଧ ଓଡିଶା ଦିଗରେ କାମ ଆରମ୍ଭ କରିଛନ୍ତି । ଚାଷୀ, ମହିଳା ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ବିକାଶମୂଳକ ଯୋଜନା କରାଯାଇଛି । ମୋହନ ସରକାର ଚଳଚଞ୍ଚଳ ଅଛି । ୨୦୨୯ ରେ ମଧ୍ୟ ବିଜେପି ସପକ୍ଷରେ ଜନାଦେଶ ଯିବ ।”

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ