ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ ଅଫିସ୍ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଶ୍ରୀକାନ୍ତଙ୍କୁ ଅଟକ ରଖି ପଚରାଉଚାର କରୁଛି ଭିଜିଲାନ୍ସ ଟିମ୍।

ସୂଚନା ଅନୁଯାୟୀ, ବାରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ପ୍ରମାଣପତ୍ର ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଏନେଇ ସଂପୃକ୍ତ ବ୍ୟକ୍ତି ଜଣକ ଭଦ୍ରକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ଭିଜିଲାନ୍ସ ଟିମ୍। ପୂର୍ବ ଯୋଜନା ମୁତାବିକ ଆଜି ୧୦ ହଜାର ଟଙ୍କା ନେବା ବେଳେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଧରିଥିଲା ଟିମ୍। ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହା ଅଫିସ, ଘର ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଲାଞ୍ଚ ନେବା ମାମଲାରେ ଶ୍ରୀକାନ୍ତଙ୍କୁ ଅଟକ ରଖି ପଚରାଉଚାର କରୁଛି ଭିଜିଲାନ୍ସ। ଆଗକୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ସୂଚନା ମିଳିଛି।

  • Related Posts

    ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

    “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…

    Continue reading
    ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ପଞ୍ଚାୟତର ବ୍ୟାପକ କାର୍ଯ୍ୟକ୍ରମ

    ରାଇକିଆ: ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ବନାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ସକାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ