ବାଘଛାଲ ଜବତ, ୮ ଗିରଫ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନ ରିଭଲକଣାରେ ବାଘଛାଲ କିଣାବିକା ନେଇ ଡିଲ୍‌ ଚାଲିଥିବାବେଳେ ବନ ବିଭାଗ ସେଠାରେ ପହଞ୍ଚତ୍ ତାହାକୁ ଭଣ୍ଡୁର କରିଛି। ଘଟଣାସ୍ଥଳରୁ ରାୟଗଡ଼ା ଜିଲାର ୫ ଏବଂ କଳାହାଣ୍ଡି ଜିଲାର ୩ଜଣଙ୍କୁ ଗିରଫ କରାଯାଇଛି। ସେଠାରୁ କଲରାପତରିଆ ବାଘ ଛାଲ, ଗୋଟିଏ ବାଇକ୍‌ ଓ ମୋବାଇଲ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁରର ଭରତ ନାଚିକା, ରାୟଗଡ଼ା ବ୍ଲକର ସୀମାଦ୍ରି ତାଡ଼ିଙ୍ଗି, ରିଭଲକଣାର କୈଳାସ ଜାନି, ପ୍ରଶାନ୍ତ କାଡ୍ରାକା, ଧର୍ମ ପାତିକା ଓ କଳାହାଣ୍ଡି ଜିଳାର ଜିତେନ୍ଦ୍ର ବେନିଆ, ଇ.ଜେ. ରାଓ ସାହୁ, ମୁନୁଗା ମାଝି।
ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ାଙ୍କ ସୂଚନା ପ୍ରକାରେ ଏହି ଡିଲ୍‌ ନେଇ ବନ ବିଭାଗକୁ ୨ ଦିନ ତଳୁ ସୂଚନା ମିଳିଥିଲା। ତେଣୁ ରାୟଗଡ଼ା ଡିଏଫ୍‌ଓ ସଚିନ ଆନ୍ନାସାହେବ ଓହୋଲଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ଓ ରାୟଗଡ଼ା ରେଞ୍ଜ ଟିମ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ଡିଲ୍‌ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ କଳାହାଣ୍ଡି ଜିଲା ବନ ବିଭାଗ ଟିମ୍‌ ସହାୟତା କରିଥିଲେ। କଳହାଣ୍ଡି ଜିଲା ଭବାନୀପାଟଣାଠାରୁ ମାତ୍ର ୮ରୁ ୧୦ କି.ମି. ଦୂରରେ ଥିବା ଜଙ୍ଗଲରେ ପ୍ରାୟ ୨ରୁ ୪ମାସ ତଳେ ଏକ କଲରାପତରିଆ ବାଘର ଶିକାର କରାଯାଇଛି। ଶିକାରୀ କଳାହାଣ୍ଡି ଜିଲାର ବୋଲି ଜଣାପଡ଼ିବା ପରେ କଳାହାଣ୍ଡି ବନବିଭାଗ ତାଙ୍କୁ ଗିରଫ କରିଥିଲା। କଲ୍ୟାଣସିଂହପୁର ବ୍ଲକକୁ କଳାହାଣ୍ଡି ଜିଲା ନିକଟତର ହୋଇଥିବା କାରଣରୁ ଏହି ରାସ୍ତା ଦେଇ ଡିଲରମାନେ ରିଭଲକଣା ଆସିଥିଲେ। ତେବେ ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଚାଲିଥିବା ନେଇ କଲ୍ୟାଣସିଂହପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ