କଏଦୀ ପାଚେରୀ ଡେଇଁ ଫେରାର

ଅନୁଗୋଳ: ଅନୁଗୋଳ ପରିବୀକ୍ଷଣ ଛାତ୍ରାବାସ ତଥା ପର୍ଯ୍ୟବେକ୍ଷଣ ଏବଂ ସ୍ଵତନ୍ତ୍ର ଆବାସ ଗୃହରୁ କଏଦୀ ପାଚେରୀ ଡେଇଁ ଫେରାର ହୋଇଛି। କିଛିଦିନ ପୁର୍ବରୁ ଦୁଇଜଣ କଏଦୀ ଫେରାର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ପତା ମିଳିନାହିଁ। ପୁଣି ଆଜି ଜଣେ ଫେରାର ହୋଇଯାଇଥିବା ନେଇ ସହର ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ସକାଳ ୮ ରେ ଜଣେ ବାଳ ଅପରାଧୀ ମୁଖ୍ୟ ଫାଟକ ଡେଇଁ ଚମ୍ପଟ ମାରିବା ଘଟଣା ପୁଣି ସାମ୍ନା କୁ ଆସିଛି । ସୂଚନା ଯେ, ଶିକ୍ଷକପଡ଼ା ଅଞ୍ଚଳର ଚନ୍ଦନ ବେହେରା (କାଳୁ) ଗତ ଶୁକ୍ରବାର ସାଇମନ୍ଦିର ନିକଟ ଗଳି ରୁ ଜଣେ ବ୍ୟକ୍ତି ଙ୍କ ଠାରୁ ମୋବାଇଲ ଛଡ଼ାଇବା ଅଭିଯୋଗରେ ପୋଲିସ ତାକୁ ଅଟକ ରଖି ଗତକାଲି ଦିନ ୨ଟାରେ ଅନୁଗୋଳ ପରିବିକ୍ଷଣ ଛାତ୍ରାବାସ ତଥା ପର୍ଯ୍ୟବେକ୍ଷଣ ଗୃହରେ ଛଡା ହୋଇଥିଲା। ଆଜି ସକାଳ ୮ ଟା ବେଳକୁ ମୁଖ୍ୟ ଫାଟକ ନିକଟ ପାଚେରୀ ଡେଇଁ ମାଛ ମାର୍କେଟ ଆଡ଼କୁ ଦୌଡ଼ି ପଳାଇଥିଲା। ସଙ୍ଗେ ସଙ୍ଗେ ପର୍ଯ୍ୟବେକ୍ଷକ ଗୃହ ର କର୍ମଚାରୀ ବାହାରକୁ ଆସି ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଗତ ଫେବୃଆରୀ ମାସ ୧୭ ତାରିଖରେ ଦୁଇ ବାଳ ଅପରାଧୀ ଡ୍ରେନ ମାଧ୍ୟମ ଦେଇ ଚମ୍ପଟ ମାରିଥିଲେ ।ସ୍ଵତନ୍ତ୍ର ଆବାସ ଗୃହର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜିବୀ ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ