ବିଜେଡିକୁ ଆସୁଛନ୍ତି ସୁଜାତା ପାଣ୍ଡିଆନ: ମନ୍ମଥ

ଭୁବନେଶ୍ୱର: ସୁଜାତା ପାଣ୍ଡିଆନ ବିଜୁ ଜନତା ଦଳକୁ ଆସୁଛନ୍ତି । ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସୁଜାତା ବିଜେଡିକୁ ଆସୁଛନ୍ତି । ଏହା ଶତପ୍ରତିଶତ । କିନ୍ତୁ ଆମେ ଚାହୁଁଛୁ, ଯେତେ ଜଲଦି ସେ ଆସିବେ । ସୁଜାତା ବିଜେଡିକୁ ଜଲଦି ଜଲଦି ଆସିଲେ ଅତ୍ୟନ୍ତ ଖୁସି ହେବୁ । ତାଙ୍କୁ ରେଡ କାରପେଟରେ ସ୍ୱାଗତ କରିବୁ । ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁଁ । ସାଧାରଣ କର୍ମୀଭାବେ ସୁଜାତା ଓଡ଼ିଶାର ବିକାଶ ପାଇଁ କାମ କରିବେ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ।

ସେହିପରି ସେ କହିଛନ୍ତି ଯେ ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ । ତାଙ୍କ ଜ୍ଞାନ ଏ ସରକାରଙ୍କୁ ଦୋହଲାଇ ଦେବ । ବିଜେଡିରେ ସୁଜାତାଙ୍କ ଏଣ୍ଟି୍ର ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ରାଜି ଥିଲେ । କିନ୍ତୁ ସୁଜାତା ରାଜି ନଥିଲେ । ଏବେ ସୁଜାତା ରାଜି ହୋଇଯାଇଛନ୍ତି । ନକରାତ୍ମକ ପ୍ରଚାର ନେଇ ସୁଜାତାଙ୍କ ମନୋବଳ କମିଛି,ନିଷ୍ପତ୍ତିରେ ବିଳମ୍ବ । ସୁଜାତା ବିଜେଡିକୁ ଆସିଲେ କିଛି ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ ଲୋକଙ୍କ ମନୋବଳ ବଢ଼ିବ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ଡାକିଲା ବଡ଼ ବୈଠକ । ବୁଧବାର ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜେଡି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ୟ୍ୟାଳୟ ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ଭାବେ ଲଢିଥିବା ନେତାମାନଙ୍କୁ ଡକାଯାଇଛି। ଏହି ବୈଠକରେ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ ।

ସେହିପରି ପୂର୍ବରୁ ଦଳ ତରଫକୁ ଦିଆଯାଇଥିବା ଏସଆଇଆର ସଂପର୍କୀତ କାର୍ୟ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ୟ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଏହି ବୈଠକରେ ଦଳୀୟ ନେତାମାନେ ସିଧା ସଭାପତିଙ୍କ ସହ କୌଣସି ବି ପ୍ରସଙ୍ଗରେ ଆଲୋଚନା କରିପାରିବେ ।ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ସବୁ ନେତାମାନଙ୍କୁ ରାଜଧାନୀକୁ ଡାକାରା ହୋଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଂଗଠନକୁ ଆହୁରି ସୁଦୃଢ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

  • Related Posts

    ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ୍

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ଗରମ ହୋଇଥିବାବେଳେ ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ହୋଇଛି । ସୂଚନା ଅନୁସାରେ, ସେ ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତ…

    Continue reading
    ଜନତାଙ୍କୁ ଶୋଷଣ କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି

    ଭୁବନେଶ୍ୱର,: ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଥିବା ବେଳେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ଦରବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ