ଓପିଏସ୍‌ସି ପରୀକ୍ଷାରେ କପି କରି ଛାତ୍ର ଗିରଫ

କଟକ : ଅନ୍ତଃବସ୍ତ୍ର ଭିତରେ ଥିଲା ଫୋନ୍‌ । ଲମ୍ବା ଚୁଟି ଭିତରେ ଲୁଚେଇ ରଖାଯାଇଥିଲା ଇୟର୍‌ବଡ୍‌ । ଫୋନ୍‌ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ । ପ୍ରଶ୍ନ ଶୁଣି ଗୁଗୁଲ୍‌ ସର୍ଚ୍ଚ କରି ଜଣେ ଯୁବକ ଦେଉଥିଲେ ଉତ୍ତର । ପୂରା ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍‌ସି) ପରୀକ୍ଷାରେ କରାଯାଉଥିଲା କପି । ହଠାତ୍‌ ସ୍କ୍ୱାଡ୍‌ ପଶି ଯାଞ୍ଚ୍‌ କରିବାରୁ ଧରାପଡ଼ିଗଲେ ଛାତ୍ର ଜଣକ । ତୁରନ୍ତ ସେଣ୍ଟରରୁ ବାହାର କରି ମର୍କତନଗର ଥାନା ପୁଲିସ ଜିମା ଦିଆଗଲା ।

କପି କରି ଧରାପଡିଥିବା ସଂପୃକ୍ତ ପରୀକ୍ଷାର୍ଥୀ ହେଉଛି କଟକ ଚାଉଳିଆଗଞ୍ଜ ଅଞ୍ଚଳର। ଉକ୍ତ ଛାତ୍ରଙ୍କୁ କପି କରିବାରେ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଛନ୍ତି । ତନ୍ମଧ୍ୟରୁ ଫୋନ୍‌ରେ ପ୍ରଶ୍ନ ଶୁଣି ଉତ୍ତର ଦେଉଥିବା ଜଗତସିଂହପୁର ଅଞ୍ଚଳର ଯୁବକ ଜଣକ ଏକ କୋଚିଂ ସେଣ୍ଟର ସହିତ ଜଡ଼ିତ ଥିବା କୁହାଯାଉଛି । ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ସଂପୂର୍ଣ୍ଣ ଘଟଣା ବିଷୟରେ ଜାଣିଥିବାରୁ ଏହି କାରବାରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ଥିବା ପୁଲିସ କହିଛି । ସେହି ଦୁଇ ଯୁବକ ସିଡିଏରେ ରହୁଥିବା ବେଳେ ଉଭୟଙ୍କ ଘର ଢେଙ୍କାନାଳ ଓ ଝାଡ଼ଖଣ୍ଡରେ । ଅଭିଯୁକ୍ତଙ୍କଠାରୁ ମର୍କତନଗର ଥାନା ପୁଲିସ ୪ଟି ଫୋନ୍‌, ଗୋଟିଏ ଇୟରବଡ୍‌ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛି ।

ରବିବାର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷା ଆୟୋଜିତ ହୋଇଥିଲା । ମର୍କତନଗର ଥାନା ଅନ୍ତର୍ଗତ ଏକ ଇଂଜିନିୟରିଂ କଲେଜରେ ସେଣ୍ଟର୍‌ ହୋଇଥିଲା । ଉକ୍ତ ସେଣ୍ଟରରେ ଶତାଧିକ ଆଶାୟୀ ପରୀକ୍ଷା ଦେଉଥିଲେ । ସେମାନଙ୍କ ମଧ୍ୟରେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଯୁବକ ମଧ୍ୟ ପରୀକ୍ଷା ଦେଉଥିଲେ । ହଠାତ୍‌ ସେଣ୍ଟର ମଧ୍ୟକୁ ସ୍କ୍ୱାଡ୍‌ ଆସି ତନଖି କରିଥିଲେ । ଇତିମଧ୍ୟରେ ଉକ୍ତ ଯୁବକଙ୍କ ଗତିବିଧି ନେଇ ସ୍କ୍ୱାଡ୍‌ର ସନ୍ଦେହ ହୋଇଥିଲା । ତେଣୁ ସ୍କ୍ୱାଡ୍‌ ସେଠାରେ ଯାଞ୍ଚ୍‌ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍‌ ବଡ୍‌ ଓ ଅନ୍ତଃବସ୍ତ୍ର ତଳୁ ଏକ ସ୍ମାର୍ଟଫୋନ୍‌ ମିଳିଥିଲା । ଏହି ସମୟରେ ଏକ କଲ୍‌ ଚାଲିଥାଏ । ଜଣେ ଯୁବକଙ୍କ ସହିତ କଲ୍‌ କନେକଟେଡ୍‌ ରହିଥାଏ । ସ୍କ୍ୱାଡ୍‌ ସଦସ୍ୟ ତୁରନ୍ତ ଉକ୍ତ ଯୁବକଙ୍କୁ ସେଣ୍ଟର୍‌ରୁ କାଢ଼ିଦେଇ ପୁଲିସ ଜିମା ଦେଇଥିଲେ । ମର୍କତନଗର ଥାନାକୁ ମଧ୍ୟ ଅବଗତ କରାଗଲା । ଏହାପରେ ପୁଲିସ ତତ୍ପରତା ଦେଖାଇଥିଲା । ଯେଉଁ ନମ୍ବରରୁ ଫୋନ୍‌ ଆସିଥିଲା ତାର ଲୋକେସନ୍‌ ବେଲିଭିଉ ଛକ ଦେଖାଉଥିଲା । ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ଯୁବକଙ୍କୁ ଧରିଥିଲା । ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

ଦୀର୍ଘ ଦିନ ହେବ ଯୁବକ ଜଣକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିଲେ । ତେଣୁ ସେ ଏଭଳି ପନ୍ଥା ଆପଣାଇଥିବା ସ୍ୱୀକାର କରିଛନ୍ତି । ତେବେ ଉକ୍ତ ଯୁବକଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ ଦେଖିବାରୁ ଏହି କପି କରିବା ବିଷୟ ଅନ୍ୟ ଦୁଇ ଜଣ ଯୁବକ ପୂର୍ବରୁ ଜାଣିଥିବା କଥା ପଦାକୁ ଆସିଥିଲା । ପରେ ପୁଲିସର ଅନ୍ୟ ଏକ ଟିମ୍‌ ସିଡିଏ ଅଞ୍ଚଳରେ ଚଢ଼ଉ କରି ଢେଙ୍କାନାଳ ଓ ଝାଡ଼ଖଣ୍ଡର ଅନ୍ୟ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା । ଦୁହେଁ ସିଡିଏରେ ରହି ବିଭିନ୍ନ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ । ୪ ଜଣ ଯୁବକଙ୍କୁ ମର୍କତନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏଭଳି ହାଇଟେକ୍‌ ଢଙ୍ଗରେ ଓପିଏସ୍‌ସି ପରୀକ୍ଷାରେ କପି କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ