ସ୍ଵତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନା ଓ ଜଣା ଅଜଣା କାର୍ଯ୍ୟକ୍ରମ

ଦେବଗଡ଼:ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଆଜି ରିଆମାଳ ବ୍ଲକ୍ କଲ୍ୟାଣ ମଣ୍ଡପରେ ସଚେତନା ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜଣା ଅଜଣା କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନିର୍ଭୁଲ ଭାବରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉତ୍ତର ଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଉଦ୍ୟାନବିଭାଗର ସହକାରୀ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ,ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି, ଡିଆଇପିଆରଓ ମନୋରଞ୍ଜନ ସୂତାର,ଏଲଡିଏମ ଆର କେ ମହାନ୍ତି , ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ସଠିକ୍ ଉତ୍ତର ଦେଇଥିଲେ। ଜିଲ୍ଲାପାଳ କବୀନ୍ଦ୍ର ସାହୁ,ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଡିଏଫଓ ମିସ୍ ରଶ୍ମି ଜି ଓ ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ ସେମାନଙ୍କୁ (ଏସ ଆଇ ଆର୍) କ୍ୟାପ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ପରିଚାଳନା କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ପଡ଼ିବେ ନାହିଁ ଏବଂ ଭୋଟର ତାଲିକାର ସଠିକ ସୁନିଶ୍ଚିତ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ କରିବା ଏହି ଅଭିଯାନର ସଫଳତା ପାଇଁ ସମସ୍ତ ଭୋଟରଙ୍କୁ ସକ୍ରିୟ ସହଯୋଗ କରିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ