ଆଡମିଟ୍‌ କାର୍ଡ ଦେଖାଇଲେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା

ଭୁବନେଶ୍ବର : ଆସନ୍ତା ୨୧ରେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍‌ଆରଟିସି, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ ହେବ। ପରୀକ୍ଷା ସରିବା ପରେ ମଧ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ମିଳିବ। ରାଜ୍ୟର ୧୩୪ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ବସ୍‌ରେ ନିଜର ପ୍ରବେଶ ପତ୍ର (ଆଡ଼ମିଟ୍‌ କାର୍ଡ) ଦେଖାଇ ଏହି ସୁବିଧାର ଲାଭ ଉଠାଇ ପାରିବେ। ଏ ନେଇ ପରିବହନ ଆୟୁକ୍ତ ସମସ୍ତ ଆରଟିଓଙ୍କ ସହ ଆଲୋଚନା କରିଛନ୍ତି। ବସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବ। ସହଯୋଗ ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ଏହି ସେବା ସମ୍ପର୍କରେ ପରୀକ୍ଷାର୍ଥୀଙ୍କ ନିକଟରେ ସୂଚନା ପହଞ୍ଚାଇବାକୁ ସାମାଜିକ ଗଣମାଧ୍ୟମରେ ତଥ୍ୟ ପ୍ରଦାନ କରିବା ଓ ହେଲ୍ପଲାଇନ ନମ୍ବର ଦେବାକୁ ଆରଟିଓମାନଙ୍କୁ ନିର୍ଦେଶ ଦିଆଯାଇଛି।

  • Related Posts

    ପାଠ୍ୟପୁସ୍ତକରେ ଭୁଲ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀର, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ…

    Continue reading
    ରାଇକିଆ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘର ନୂତନ ପରିଚାଳନା ସମିତି ଗଠନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଦ୍ୱାରା ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ