କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର ସଫଳ ପରୀକ୍ଷଣ କରିଛି କରିଛି ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା-ଡିଆରଡିଓ ।

ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ରର ବିଭିନ୍ନ ଟ୍ରାକିଂ ଓ ନିରୀକ୍ଷଣ ପ୍ରଣାଳୀରୁ ମିଳିଥିବା ତଥ୍ୟ ଅନୁସାରେ, କ୍ଷେପଣାସ୍ତ୍ରଟି ପରୀକ୍ଷାର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରିଛି । ଏହି କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆରଡିଓ ଏବଂ ଭାରତୀୟ ରକ୍ଷା ସହଯୋଗୀଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି ।

ଗତକାଲିର ପରୀକ୍ଷଣ ବେଳେ ବାୟୁସେନା ଓ ନୌସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଟିମ୍ ଏବଂ ଅନ୍ୟ ରକ୍ଷା ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • Related Posts

    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading
    ଟ୍ରକ୍ ପଛରେ ପିଟିହୋଇ ୨ ମୃତ

    ବରଗଡ: ବର୍ଥଡେ ସେଲିବ୍ରେସନ ହେଲା କାଳ, ଟ୍ରକ୍ ପଛରେ ପିଟିହୋଇ ୨ ମୃତ l ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମୃତକ ହେଲେ ସମ୍ବଲପୁର ଜିଲ୍ଲାର ଗୋପବନ୍ଧୁ ପରିଡ଼ା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ