
ବରଗଡ: ବର୍ଥଡେ ସେଲିବ୍ରେସନ ହେଲା କାଳ, ଟ୍ରକ୍ ପଛରେ ପିଟିହୋଇ ୨ ମୃତ l ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମୃତକ ହେଲେ ସମ୍ବଲପୁର ଜିଲ୍ଲାର ଗୋପବନ୍ଧୁ ପରିଡ଼ା ଓ ସୌମ୍ୟରଂଜନ ଖମାରୀ l
ଭାଇ ରେଙ୍ଗାଲି କ୍ୟାମ୍ପ ପାଖରେ ରହୁଥିବାରୁ ତାଙ୍କୁ ଜନ୍ମଦିନର ୱିଶ୍ କରିବାକୁ ୨ ଜଣ ବାଇକ୍ ଧରି ଆସିଥିଲେ l ଆଉ ସମ୍ବଲପୁର ଫେରିବା ବେଳେ ସରଣ୍ଡା ଛକ ପାଖରେ ଏଭଳି ଦୁର୍ଘଟଣା ଘଟିଛି l ଖବର ପାଇବା ପରେ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ ଜଣ ଯୁବକଙ୍କୁ ହସପିଟାଲକୁ ପଠାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l
ପୋଲିସ ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି l ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅତାବିରା ଥାନାରେ ଅଭିଯୋଗ କରାଯାଇଛି ।


