ଟ୍ରକକୁ ପଛରୁ ପିଟିଲା ବାଇକ, ୨ମୃତ

ଅତାବିରା: ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଡୁଙ୍ଗୁରିପଡାର ସୌମ୍ୟ ରଞ୍ଜନ ଖମାରୀ (୨୪) ଏବଂ ସମ୍ବଲପୁର ସଦର ଥାନା ଅଞ୍ଚଳର ଗୋପବନ୍ଧୁ ପରିଡ଼ା (୩୩)।

ବରଗଡ଼ – ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥର ସରଣ୍ଡା ଗେଟ ପାଖରେ ଏକ ଟ୍ରକ୍‌ (ନଂ-ଓଡ଼ି୦୫ପି /୭୬୦୫) କୌଣସି କାରଣରୁ ଅଚଳ ହୋଇ ରାସ୍ତା ମଝିରେ ଛିଡ଼ା ହୋଇଥିଲା। ଜାତୀୟ ରାଜପଥ ସୁରକ୍ଷା ଦାୟିତ୍ୱରେ ଥିବା ଟୋଲଗେଟ ରାସ୍ତା ମଝିରେ ଠିଆ ହୋଇଥିବା ଟ୍ରକ ପାଖରେ କୌଣସି ସୂଚନା ଫଳକ ବା ସ୍ପିଡ଼ ବ୍ରେକର ଲଗାଇ ନ ଥିଲେ। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଏକ ବାଇକ୍‌ (ନଂ-ଓଡ଼ି୧୫ଏସ /୫୦୬୭) ଅଟକି ରହିଥିବା ଟ୍ରକ୍‌ ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଫଳରେ ବାଇକ୍‌ରେ ଥିବା ୨ ଜଣ ଯୁବକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ଦେଇଥିଲେ। ସେମାନଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଯୁବକ ଦ୍ବୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅତାବିରା ଥାନାରେ ଏକ ମାମଲା ରୁଜୁ କରି ଟ୍ରକ୍‌ ଓ ବାଇକ୍‌କୁ ଜବତ କରାଯାଇଛି। ମୃତଦେହକୁ ପୋଲିସ ଜବତ କରିଛି।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ