ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

ବିନିକା: ବିନିକା ଥାନା ଅନ୍ତର୍ଗତ ସିଙ୍ଘିଯୁବା ଗ୍ରାମରେ ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘର ଭିତରେ ଓ ବାହାରେ ଥିବା ଗାଡ଼ି ଉପରକୁ ଗୁଳି ଚାଳନା କରିଥିଲେ। ଏଥିସହ ଏକ ଗାଡ଼ିକୁ ଭାଙ୍ଗି ଚୁରମାର ମଧ୍ୟ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପରିବାରର କୌଣସି ସଦସ୍ୟଙ୍କ କ୍ଷତି ହୋଇନାହିଁ।
ଖବର ପାଇ ବିନିକା ପୁଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସୁବର୍ଣ୍ଣପୁର ଏସ୍‌ପି ମଧ୍ୟ ପହଞ୍ଚି ଘଟଣାର ସମୀକ୍ଷା କରିଥିଲେ। ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ତଦନ୍ତ ଆଗକୁ ବଢ଼ାଯାଉଛି। ସିସିଟିଭି ଫୁଟେଜ୍ ଯାଞ୍ଚରୁ ଏକ କାରରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ଆସିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଦୀପ୍ତିରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ତଥା ବିଜେଡିର ସୁବର୍ଣ୍ଣପୁର ଜିଲ୍ଲା ଯୁବ ସଭାପତି ଅଟନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

  • Related Posts

    ପରକୀୟା ପ୍ରୀତି: ରାଜଧାନୀରେ ଗଡ଼ିଲା ମୁଣ୍ଡ

    ଭୁବନେଶ୍ଵର : ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗାଡ଼କଣ ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ। ସ୍ତ୍ରୀ ସହ ପରକୀୟା ସମ୍ପର୍କ ଥିବା ବ୍ୟକ୍ତିଙ୍କୁ କଟୁରୀରେ ହାଣିଦେଲା ସ୍ଵାମୀ। ଅଭିଯୁକ୍ତକୁ ଗିରଫ କଲା ମଞ୍ଚେଶ୍ଵର ଥାନା ପୁଲିସ। ମୃତ…

    Continue reading
    ଆଦିବାସୀ ଧର୍ମପୀଠରେ ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ୱର : ପାହାଡପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଗାଁରେ ଅଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି। ଆଦିବାସୀ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ପାହାଡପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ସମୃଦ୍ଧ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ