
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂର୍ବରୁ ମିଳୁଥିବା ୨୦ ଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟି ସୀମାକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତା(ଡିଏ) ୫୦ ପ୍ରତିଶତ ବଢ଼ିବା ପରେ ଗ୍ରାଚ୍ୟୁଇଟି ସୀମା ବଢ଼ିଛି। ୨୦୨୪ ମେ’ ୩୦ରେ ଏନେଇ ସର୍କୁଲାର ଜାରି ହୋଇଥିବାବେଳେ ୨୦୨୪ ଜାନୁଆରୀ ୧ରୁ ଏହା ପିଛିଲା ଭାବେ ଲାଗୁ ହେବ। ତେବେ ଏହି ସଂଶୋଧିତ ଗ୍ରାଚ୍ୟୁଇଟି ପାଇବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତି ଦରମା ପାଉଥିବା ପୂର୍ଣ୍ଣକାଳୀନ କର୍ମଚାରୀ ହେବା ଆବଶ୍ୟକ।




