ଜଳିଲା ଗେମିଂ ଜୋନ୍‌: ଚାଲିଗଲା ୧୪ ଜୀବନ

ଲକ୍ଷ୍ନୌ: ଗୋଟିଏ ବଡ଼ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳି ଯାଇଛି ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ଅଲୀଗଞ୍ଜରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ବିଲଡିଂ। ନିଆଁର ଆଁରେ ୧୪ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେହିପରି କିଛି ଲୋକ ଓ ପିଲା ଜୀବନ ବିଳକରେ ବିଲଡିଂର ପ୍ରଥମ ମହଲାରୁ ଡେଇଁ ପଡ଼ିଛନ୍ତି। ଆଉ କିଛି ଲୋକ ବିଲଡିଂ ମଧ୍ୟରେ ଫସି ରହିଥିବା ମଧ୍ୟ କୁହାଯାଉଛି।

ପ୍ରଥମେ କୁହାଯାଉଥିଲା ଯେ ବିଲଡିଂରେ ଗୋଟିଏ କୋଚିଂ ସେଣ୍ଟର ଚାଲିଥିଲା। ହେଲେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଏହାକୁ ଅଗ୍ରାହ୍ୟ କରିଛନ୍ତି। ସେମାନଙ୍କ କହିବା କଥା ଯେ ବିଲଡିଂରେ କୌଣସି କୋଚିଂ ସେଣ୍ଟର କିମ୍ବା ଲାଇବ୍ରେରୀ ଚାଲୁ ନଥିଲା।

ଏହାର ତଳ ମହଲାରେ ଗୋଟିଏ ପେଟ୍‌ ଶପ, ଉପର ମହଲାରେ ଗେମିଂ ଜୋନ ଓ ଆନିମେସନ ସେଣ୍ଟର ରହିଥିଲା। ଅଗ୍ନିକାଣ୍ଡ ବେଳେ ଗେମିଂ ଜୋନ ଓ ଆନିମେସନ ସେଣ୍ଟରରେ ପିଲାମାନେ ରହିଥିଲେ। ସେହିପରି ସଫ୍ଟୱେୟାର କର୍ମଚାରୀମାନେ ବି କାମ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ଅଗ୍ନକାଣ୍ଡ ପରେ ବିଲଡିଂର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି।

ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ବିଲଡିଂର ଝରକା ବାଟେ ବାହାରକୁ ଆସୁଛନ୍ତି। ସେ ସେଠାରେ ଓହଳି ତଳକୁ ଗୋଡ଼ ବଢ଼ାଉଛନ୍ତି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୋପ ଯୋଗୁ ସେ ଆଦୌ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ। ଶେଷରେ ପ୍ରଥମ ମହଲାରୁ ସିଧା ତଳେ କଚାଡ଼ି ହୋଇ ପଡ଼ିଥିଲେ।

ସେ ତଳେ ପଡ଼ିବା ପରେ କିଛି ଲୋକଙ୍କ ତାଙ୍କୁ ସହଯୋଗ କରି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। ତଳେ ପଡ଼ିବା ଯୋଗୁ ସେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡର ଖବର ପାଇ ପୁଲିସ୍‌ ଓ ଅଗ୍ନଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ଏହାପରେ ବିଲଡିଂ ମଧ୍ୟରୁ ୧୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅଧିକାଂଶ ଲୋକ ପୋଡ଼ି ଯାଇ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ଏହା ଗୋଟିଏ ୩ ମହଲା ବିଶିଷ୍ଟ କୋଠା। ପ୍ରଥମେ ଉପର ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ଓ ତୁରନ୍ତ ଅନ୍ୟ ସ୍ଥାନକୁ ବ୍ୟାପିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ବିଲଡିଂର କିଛି ଝରକାକୁ ଭଙ୍ଗା ଯାଇଛି।”

ଅଗ୍ନିକାଣ୍ଡ ଯୋଗୁ ଅନେକ ଲୋକ ଓ ପିଲାମାନେ ବିଲଡିଂ ମଧ୍ୟରେ ଫସି ରହିଥିବା କୁହାଯାଉଛି। ଆଉ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ୫ରୁ ୭ ଜଣ ଯୁବକ ବିଲଡିଂର ଉପର ମହଲାରୁ ତଳକୁ ଡେଇଁଛନ୍ତି। ଜଣଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଙ୍କର ଅଗ୍ନିକାଣ୍ତ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଆଶା ଆରୋଗ୍ୟ କାମ କରୁଛନ୍ତି।

ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାର ଆଖପାଖ ଅଞ୍ଚଳରେ ଥିବା ବିଲଡିଂ ପ୍ରତି ବିପଦ ସୃଷ୍ଟି ହୋଇଥିଲା। କିନ୍ତୁ ଅଗ୍ନିଶମ ବାହିନୀ ନିଆଁକୁ ଅନ୍ୟତ୍ର ବ୍ୟାପିବାକୁ ଦେଇନାହିଁ।

ରିପୋର୍ଟ ଅନୁସାରେ, ଅଗ୍ନିକାଣ୍ଡ ସମୟରେ ଅଗ୍ନିଶମ ବାହିନୀକୁ ଦିନ ୩ଟାରେ ଖବର ମିଳିଥିଲା। ଖବର ପାଇବା ମାତ୍ରେ ୧୪ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ହେଁ ଏଯାଏ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ନିଆଁ ଆୟତ୍ତ ହୋଇ ସାରିଥିବା ବେଳେ ଏବେ କୁଲିଂ ଅପରେସନ ଜାଲିଛି। ଏହାପରେ ପୁଲିସ୍‌ ଓ ଅଗ୍ନିଶମ ବାହତନୀ ମିଳିତ ଭାବେ ଘଟଣାର ତଦନ୍ତ କରିବେ। ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।

  • Related Posts

    ୫୨ ବର୍ଷରେ ପଦାର୍ପଣ କଲେ ବିଜୟ

    ଚେନ୍ନାଇ,: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସ୍ବତନ୍ତ୍ର ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

    Continue reading
    ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍‌ ଷ୍ଟାର୍ମର

    ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିଜର ଇସ୍ତଫା ଘୋଷଣା କରିପାରନ୍ତି । ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ