
ଦେବଗଡ:ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁ ଯୋଗଦେଇ ୪୨ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୩୬ ଟିବ୍ୟକ୍ତିଗତ ଏବଂ ୬ଟି ସାମୁହିକ ଅଭିଯୋଗ ରହିଥିଲା। ଶିବିରରେ ଜମିବାଡ଼ି ବିବାଦ,ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପାନୀୟ ଜଳ ,ନୂତନ ରାସ୍ତା ନିର୍ମାଣ ନିମନ୍ତେ ଜନସାଧାରଣ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ଶିବିରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ, ଡିଏଫଓ ମିସ୍ ରଶ୍ମି ଜୀ,ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ,ଡେପୁଟି କଲେକ୍ଟର ଅଞ୍ଜୁନୀ କୁଜୁର, ତିଲେଇବଣି ବ୍ଲକ ବିଡିଓ ପ୍ରିୟଦର୍ଶୀନି ମିର୍ଦ୍ଧାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


