ଟ୍ରମ୍ପଙ୍କ ସହ ସବୁକଥାରେ ଏକମତ ନୁହେଁ : ନେତାନ୍ୟାହୁ

ଜେରୁଜେଲମ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ସର୍ବଦା ଏକମତ ନୁହନ୍ତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ନେତାନ୍ୟାହୁ କହିଛନ୍ତି, ଦୁଇ ଦେଶର ନେତା ସବୁବେଳେ ପରସ୍ପରର କଥା ସମ୍ପୂର୍ଣ୍ଣ ସ୍ବୀକାର କରି ନାହୁଁ। ଟ୍ରମ୍ପ ସ୍ବାଧୀନ ଆମେରିକାର ନେତା, ମୁଁ ସ୍ବାଧୀନ ଇସ୍ରାଏଲର ନେତା। ଟ୍ରମ୍ପ ସବୁକିଛି କରନ୍ତି ନାହିଁ ଯାହା ମୁଁ ଚାହେଁ। ସେହିଭଳି ମୁଁ ମଧ୍ୟ ସବୁକିଛି କରେନି ଯାହା ଟ୍ରମ୍ପ ଚାହାନ୍ତି। ଆମେ ସ୍ବାଧୀନ ଦେଶର ନେତା। ଅନେକ ସମୟରେ ଆମ ନିଷ୍ପତ୍ତି ଓ ବିଚାର ଭିନ୍ନ ରହିବା ସ୍ବାଭାବିକ।
ଲେବାନନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଆମେରିକା ଉପରେ ଇରାନ ଚାପ ପକାଉଥିବା ବେଳେ ନେତାନ୍ୟାହୁଙ୍କ ବୟାନକୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଇରାନ ବାରମ୍ବାର କହି ଆସୁଛି ଯେ ଲେବାନନ ଉପରେ ଆକ୍ରମଣ ନ କରିବାକୁ ଇସ୍ରାଏଲ ଉପରେ ଟ୍ରମ୍ଫ ଚାପ ପକାନ୍ତୁ। ଲୋବନନ ଉପରେ ଇସ୍ରାଏଲର ଆକ୍ରମଣ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆମେରିକାର ପରାମର୍ଶ ସତ୍ତ୍ବେ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ।

  • Related Posts

    ଟିଏମସିରେ ବିଦ୍ରୋହ:ମମତାଙ୍କ ସ୍ଥାନରେ ଅରୂପ ରାୟ ସଭାପତି

    କଲକାତା : ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ କ୍ରମରେ ଦଳର ନୂଆ ସଭାପତି ନିର୍ବାଚନ କରାଯାଇଛି। ଟିଏମସିର ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ଦଳର ସଭାପତି ନିର୍ବାଚନ କରାଯାଇଛି। ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ…

    Continue reading
    ଆମେରିକା-ଇରାନ ଉଚ୍ଚସ୍ତରୀୟ କମିଟି ପ୍ରତିଷ୍ଠା କରିବାକୁ ରାଜି

    ବର୍ଗେନଷ୍ଟକ: ସ୍ବିଜରଲ୍ୟାଣ୍ଡର ବର୍ଗେନଷ୍ଟକରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି। ଏହି ଆଲୋଚନା ନେଇ ପାକିସ୍ତାନ ଏବଂ କାତାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ