ଟିଏମସିରେ ବିଦ୍ରୋହ:ମମତାଙ୍କ ସ୍ଥାନରେ ଅରୂପ ରାୟ ସଭାପତି

କଲକାତା : ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ କ୍ରମରେ ଦଳର ନୂଆ ସଭାପତି ନିର୍ବାଚନ କରାଯାଇଛି। ଟିଏମସିର ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ଦଳର ସଭାପତି ନିର୍ବାଚନ କରାଯାଇଛି। ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବରେ ପରିଚାଳିତ ଟିଏମସିର ବିଦ୍ରୋହୀ ଗୋଷ୍ଠୀ ସୋମବାର ଦଳର ନୂଆ ସଭାପତି ସହିତ ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ସହିତ ପୂର୍ବତନ ମନ୍ତ୍ରୀ ଅରୂପ ବିଶ୍ବାସ, ବିଧାୟକ ଫରହିଦ୍ ହାକିମ, ରଥିନ ଘୋଷ ଓ ସାବିନା ୟାସିମ୍‌ଙ୍କୁ ଦଳର ଉପସଭାପତି କରାଯାଇଛି। ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ ବୋଲି ଋତବ୍ରତ କହିଛନ୍ତି। ଆମେ ପ୍ରକୃତ ଟିଏମସି ହେଉ ବା ନହେଉ ଆଜିର ସ୍ବତନ୍ତ୍ର ବୈଠକ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଯିବ। ମମତା ବାନାର୍ଜୀ ଯଦି ନୂଆ ନେତୃତ୍ବ ଗଠନ ପ୍ରକ୍ରିୟାରେ ସାମିଲ ହୁଅନ୍ତି ତେବେ ତାଙ୍କୁ ଦଳର ମୁଖ୍ୟ ପରାମର୍ଶଦାତା ରଖାଯିବ। କଲକାତାର ନ୍ୟୁ ଟାଉନଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ବିଦ୍ରୋହୀ ବିଧାୟକ ଓ କାଉନସିଲରମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା। ଏଥିରେ ହାଓଡ଼ା ସେଣ୍ଟ୍ରାଲର ବିଧାୟକ ଅରୂପ ରାୟଙ୍କୁ ସର୍ବସମ୍ମତି କ୍ରମେ ଟିଏମସିର ସଭାପତି ମନୋନୟନ କରାଯାଇଥିଲା। ଏହି ବୈଠକରେ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି। ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଏହି ବିଦ୍ରୋହୀ ଗୋଷ୍ଠୀ ଏକ ନୂଆ ଜାତୀୟ କାର୍ଯ୍ୟକାରୀ କମିଟି (ଏନସିଡବ୍ଲ୍ୟୁ) ଗଠନ କରିଛନ୍ତି। ଋତବ୍ରତ ବାନାର୍ଜୀ, ଜାଭେଦ ଖାନ ଏବଂ ସାନ୍ଦିପନ ଶାହାଙ୍କୁ ସାଧାରଣ ସମ୍ପାଦକ କରାଯାଇଛି। ଆଖରୁଜାମାନ ଅନସାରୀଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଋତବ୍ରତଙ୍କ ସପକ୍ଷରେ ଟିଏମ୍‌ସିର ୬୪ ବିଧାୟକଙ୍କ ସମର୍ଥନ ରହିଛି। ଏହି ବିଧାୟକଙ୍କ ସମର୍ଥନରେ ସେ ବିରୋଧୀଦଳ ନେତା ହୋଇଛନ୍ତି।

  • Related Posts

    ଆସନ୍ତାକାଲି ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି: ଶ୍ରୀମୟୀ

    ଭୁବନେଶ୍ୱର:୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି।ଆସନ୍ତାକାଲି ଅର୍ଥାତ ଗୁରୁବାର ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳ ବା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ପ୍ରସଙ୍ଗରେ…

    Continue reading
    ଗୁରୁବାର ବିଜେଡିରେ ମିଶିବେ ସୁଜାତା!

    ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳ ବା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଧବାର ବରିଷ୍ଠ ବିଜେଡି ନେତାଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ