ବିଶ୍ବରେ ବୃଦ୍ଧି ପାଇବାକୁ ଯାଉଛି ଚିନି ଦର

ନୂଆଦିଲ୍ଲୀ: ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଦୀର୍ଘକାଳୀନ ସଂଘର୍ଷ ଯୋଗୁଁ ବିଶ୍ୱ ଏକ ବଡ଼ ତୈଳ ସଙ୍କଟର ସାମ୍ନା କରିଥିଲା। ତେବେ ତେଲ ସଂକଟ ପରେ ଏବେ ପୁଣି ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ତାହା ହେଉଛି ଚିନି ସଙ୍କଟ। ଏଲ୍ ନିନୋ ଯୋଗୁଁ ଚଳିତ ବର୍ଷ ମୌସୁମୀ ମନ୍ଥର ରହିଛି ଏବଂ ଆଖୁ ଅମଳ ହ୍ରାସ ପାଇବା ଫଳରେ ଚିନି ଉତ୍ପାଦନ ହ୍ରାସ ପାଇପାରେ। କମ୍ ଉତ୍ପାଦନ ଆଶଙ୍କା ଏବଂ ଇଥାନଲର ବ୍ୟବହାର ଯୋଗୁ ଭାରତ ଅତି କମରେ ତିନି ବର୍ଷ ପାଇଁ ଚିନି ରପ୍ତାନି ବନ୍ଦ କରିପାରେ। ଭାରତରେ ଘରୋଇ ଚିନି ଷ୍ଟକ୍ ବିଗତ ୩୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିପାରେ। ବିଶ୍ୱର ଦ୍ୱିତୀୟ ବୃହତ ଚିନି ରପ୍ତାନିକାରୀ ଭାବରେ ଭାରତର ଏହି ନିଷ୍ପତ୍ତି, ବୈଶ୍ୱିକ ସ୍ଥରରେ ଚିନି ମୂଲ୍ୟରେ ବୃଦ୍ଧି ଆଣିପାରେ।

ଯଦିଓ ଭାରତରେ ଚିନି ବ୍ୟବହାର ସ୍ଥିର ରହିଛି, ପେଟ୍ରୋଲରେ ମିଶ୍ରିତ ଇଥାନଲର ଚାହିଦା ବୃଦ୍ଧି ହେତୁ ଆଖୁ ଚାହିଦା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ଭାରତ ଅତି କମରେ ତିନୋଟି ଋତୁ ପର୍ଯ୍ୟନ୍ତ ଅଧିକ ଚିନି ରପ୍ତାନି କରିବାର ସ୍ଥିତିରେ ରହିବ ନାହିଁ। ଏଲ୍ ନିନୋ କାରଣରୁ ଦୁର୍ବଳ ମୌସୁମୀ ହେତୁ ଆଖୁ ଉତ୍ପାଦନ ହ୍ରାସ ହେବାର ବିପଦ ରହିଛି। ଏହି କାରଣରୁ, ବିଶ୍ୱରେ ଲକ୍ଷ ଲକ୍ଷ ଟନ୍ ଚିନି ଉତ୍ପାଦନ ହ୍ରାସ ହେବାର ସମ୍ଭାବନା ଅଛି। ଏସିଆ, ଆଫ୍ରିକା ଏବଂ ମଧ୍ୟ ପୂର୍ବର ଦେଶକୁ ଯୋଗାଣ ହ୍ରାସ ପାଇବ ଏବଂ ମୂଲ୍ୟ ବୃଦ୍ଧି ହୋଇପାରେ। ୨୦୨୭-୨୮ ଋତୁରେ ଯୋଗାଣ ଆହୁରି ହ୍ରାସ ପାଇପାରେ।

ଶିଳ୍ପ ଆକଳନ ଅନୁଯାୟୀ, ଚଳିତ ଋତୁରେ ଭାରତ ୩୦୯.୫ ଲକ୍ଷ ଟନ୍ ଚିନି ଉତ୍ପାଦନ କରିବ ବୋଲି ଆଶା କରାଯାଉଥିଲା; କିନ୍ତୁ, ଉତ୍ପାଦନ ଏବେ ୨୭୯ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି, ଯାହାକି ବାର୍ଷିକ ବ୍ୟବହାର ପ୍ରାୟ ୨୮୫ ଲକ୍ଷ ଟନ୍ ଠାରୁ କମ୍। ଫଳସ୍ୱରୂପ, ଯେତେବେଳେ ଅକ୍ଟୋବର ୧ ରେ ଋତୁ ଆରମ୍ଭ ହେବ, ମିଲ୍ ଷ୍ଟକ୍ ପ୍ରାୟ ୩୫ ଲକ୍ଷ ଟନ୍ କୁ ହ୍ରାସ ପାଇବ, ଯାହାକି ଗତ ୩୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଅଟେ।

ଭାରତ ବିଶ୍ୱର ସବୁଠାରୁ ବଡ଼ ଚିନି ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଯଦି ଘରୋଇ ଆବଶ୍ୟକତା ପୂରଣ ପାଇଁ ରପ୍ତାନି ବନ୍ଦ କରେ, ତେବେ ସଙ୍କଟ ଆହୁରି ତୀବ୍ର ହେବ। କମ୍ ବର୍ଷା ଏବଂ ଇଥାନଲ୍ ଉତ୍ପାଦନ ଦ୍ୱାରା ବିଶ୍ୱ ଚିନି ବାଣିଜ୍ୟ ପ୍ରଭାବିତ ହେବ; ଏହା ଚିନି ଶିଳ୍ପ, ସରକାରୀ ସୂତ୍ର ଏବଂ ଚାଷୀମାନେ ସୂଚିତ କରିଛନ୍ତି। କମ୍ ଆଖୁ ଉତ୍ପାଦନ ଏବଂ ଇଥାନଲ୍ ଚାହିଦା ବୃଦ୍ଧି ପାଇବା ଯୋଗୁଁ ବହୁତ କମ୍ ଚିନି ଉପଲବ୍ଧ ହେବ।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ