ଦୂର ହେବ ପେଟ୍ରୋଲିୟମ୍ ଓ ସାର ଅଭାବ: ହୋର୍ମୁଜ୍ ଜଳପଥ ଦେଇ ଦେଶ ଅଭିମୁଖେ ୧୧ ଭାରତୀୟ ଜାହାଜ

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ହୋର୍ମୁଜ୍ ପ୍ରଣାଳୀରୁ ଭାରତ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏହି ସାମୁଦ୍ରିକ ମାର୍ଗରେ ସ୍ଥିତି ଦ୍ରୁତ ଗତିରେ ସ୍ୱାଭାବିକ ହେବାରେ ଲାଗିଛି । ଗତ ଜୁନ୍ ୧୭, ୨୦୨୬ରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରଠାରୁ ଏପର୍ଯ୍ୟନ୍ତ ୧୧ଟି ଭାରତୀୟ ଜାହାଜ ହୋର୍ମୁଜ୍ ଜଳପଥ ଦେଇ ଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି । ଅନ୍ୟପଟେ, ଏବେ ବି ଆଉ ୧୦ଟି ଜାହାଜ ସେଠାରେ ଅଟକି ରହିଥିବା ବେଳେ ସେଗୁଡ଼ିକ ମଧ୍ୟ ଖୁବ୍ ଶୀଘ୍ର ଭାରତ ଅଭିମୁଖେ ବାହାରିବେ ବୋଲି ଜଣାପଡ଼ିଛି ।
ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରନ୍ଧୀର ଜାୟସୱାଲ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ଜାହାଜଗୁଡ଼ିକରେ ବହୁ ପରିମାଣର ଅଶୋଧିତ ତୈଳ ଏବଂ ସାର ରହିଛି । ଏଗୁଡ଼ିକ ଭାରତର ବିଭିନ୍ନ ବନ୍ଦରରେ ପହଞ୍ଚିବା ପରେ ଦେଶରେ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଏବଂ ସାରର ଉପଲବ୍ଧତା ବୃଦ୍ଧି କରିବାରେ ବେଶ୍ ସହାୟକ ହେବ । ମୁଖପାତ୍ରଙ୍କ ସୂଚନା ଅନୁସାରେ, ହୋର୍ମୁଜରୁ ଜାହାଜଗୁଡ଼ିକ ବାହାରିବା ଆରମ୍ଭ କରିଥିବା ବେଳେ ୩ଟି ଭାରତୀୟ ଜାହାଜ ବାହାରୁ ହୋର୍ମୁଜର ପଶ୍ଚିମ ଭାଗକୁ ମଧ୍ୟ ପ୍ରବେଶ କରିଛନ୍ତି । ଭାରତ ଅଭିମୁଖେ ଆସୁଥିବା ୧୧ଟି ଜାହାଜ ମଧ୍ୟରୁ ୩ଟି ଭାରତୀୟ ଜାହାଜରେ ପ୍ରାୟ ୨.୮୫ ଲକ୍ଷ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ରହିଛି । ଏହା ବ୍ୟତୀତ ବିଦେଶରେ ପଞ୍ଜୀକୃତ ହୋଇଥିବା ଗୋଟିଏ ଏଲପିଜି ଓ ଗୋଟିଏ ଅଶୋଧିତ ତୈଳ ବାହୀ ଜାହାଜ ଭାରତ ଅଭିମୁଖେ ଆସୁଛି । ଅନ୍ୟ ୬ଟି ଜାହାଜରେ ସାର ଭର୍ତ୍ତି ହୋଇ ରହିଛି, ଯାହା ଭାରତ ପାଇଁ ଅତ୍ୟନ୍ତ ଜରୁରୀ ।
ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପଶ୍ଚିମ ଏସିଆ ସଙ୍କଟ ତେଜିବା ସମୟରେ ହୋର୍ମୁଜ୍ ଅଞ୍ଚଳରେ ପ୍ରାୟ ୨୪ଟି ଭାରତୀୟ ଜାହାଜ ଫସି ଯାଇଥିଲା । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଜାହାଜ ହୋର୍ମୁଜର ପଶ୍ଚିମ ପାର୍ଶ୍ୱରେ ଥିଲେ । ଏହି ଟ୍ୟାଙ୍କରଗୁଡ଼ିକରେ ମୁଖ୍ୟତଃ କ୍ରୁଡ୍ ଅଏଲ୍, ଏଲ୍‌ପିଜି ଏବଂ ସାର ଗଚ୍ଛିତ ଥିଲା । ଭାରତ ତାର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ମଧ୍ୟପ୍ରାଚ୍ୟ ଦେଶ ଯେପରିକି ଇରାକ, ସାଉଦି ଆରବ, ୟୁଏଇ ଏବଂ କୁଏତରୁ ଆମଦାନୀ କରିଥାଏ, ଯାହା ଏହି ହୋର୍ମୁଜ୍ ଜଳପଥ ଦେଇ ହିଁ ଆସିଥାଏ । ଯଦିଓ ନିକଟ ଅତୀତରେ ଭାରତ ଅନ୍ୟ ଦେଶରୁ ତୈଳ ଆମଦାନୀ କରି ନିଜର ନିର୍ଭରଶୀଳତା କମାଇବାକୁ ଚେଷ୍ଟା କରିଛି, ତଥାପି ଦେଶର ଶକ୍ତି ସୁରକ୍ଷା ପାଇଁ ହୋର୍ମୁଜ୍ ଜଳମାର୍ଗ ଆଜି ବି ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

  • Related Posts

    ପାକିସ୍ତାନକୁ ୪-୩ରେ ହରାଇଲା ଭାରତ ; ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି

    ଲଣ୍ଡନ : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬ରେ ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ମ୍ୟାଚରେ ଭ‌ାରତ ୪-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩…

    Continue reading
    ଖାନ୍ ସାରଙ୍କ କୋଚିଂ ସେଣ୍ଟର ସିଲ୍

    ନୂଆଦିଲ୍ଲୀ : ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ସୋମବାର କୋଚିଂ ସେଣ୍ଟରରେ ଭୟାନକ ଅଗ୍ନିକାଣ୍ଡ ପରେ ପୂରା ରାଜ୍ୟରେ ଏବେ ଜୋରଦାର ଚଢଉ ଜାରି ରହିଛି । ସଙ୍ଗମ ନଗର ପ୍ରୟାଗରାଜରେ ବି ପ୍ରୟାଗରାଜ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଋଷି ରାଜଙ୍କ ଆଦେଶରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ