ୟୁପିରେ ୪୮ଟି କୋଚିଂ ସେଣ୍ଟର ସିଲ୍

ନୂଆଦିଲ୍ଲୀ: ରାଜଧାନୀ ଲକ୍ଷ୍ନୌର ଅଲୀଗଞ୍ଜସ୍ଥିତ ଏକ କୋଚିଂ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ସମଗ୍ର ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେବା ପରେ, ସାରା ରାଜ୍ୟରେ କୋଚିଂ ସେଣ୍ଟର, ହସ୍ପିଟାଲ, ହୋଟେଲ, ଲାଇବ୍ରେରୀ ଏବଂ ବହୁତଳ ପ୍ରାସାଦଗୁଡ଼ିକର ସୁରକ୍ଷା ଯାଞ୍ଚ ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ପ୍ରାଥମିକ ଯାଞ୍ଚ ବେଳେ ଅଗ୍ନି ନିରାପତ୍ତା, ଜରୁରୀକାଳୀନ ପ୍ରସ୍ଥାନ ମାର୍ଗ , ବିଲ୍ଡିଂ କୋଡ୍ ଏବଂ ପଞ୍ଜୀକରଣ ସହ ଜଡ଼ିତ ଅନେକ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି । ରାଜ୍ୟ ସରକାର ଏହି ମାମଲାରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇ ଜିଲ୍ଲାପାଳ, ବିକାଶ କର୍ତ୍ତୃପକ୍ଷ, ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ସୁରକ୍ଷା ବିଭାଗକୁ ମିଳିତ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସଙ୍ଗମ ନଗରୀ ପ୍ରୟାଗରାଜରେ ପ୍ରଶାସନର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପ୍ରୟାଗରାଜ ବିକାଶ କର୍ତ୍ତୃପକ୍ଷ (PDA) ସିଭିଲ୍ ଲାଇନ୍ସରେ ଚାଲିଥିବା ପ୍ରସିଦ୍ଧ ‘ଖାନ୍ ଗ୍ଲୋବାଲ୍ କ୍ଲାସେସ୍’ କୁ ସିଲ୍ କରିଦେଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ବିଲ୍ଡିଂରେ ଏହି କୋଚିଂ ଚାଲିଥିଲା, ତାହାର ନକ୍ସା କେବଳ ବ୍ୟବସାୟିକ ବ୍ୟବହାର ପାଇଁ ଅନୁମୋଦିତ ଥିଲା, ଯେତେବେଳେ କି କୋଚିଂ ସେଣ୍ଟର ଚଲାଇବା ‘ସାମୁଦାୟିକ ସୁବିଧା’ ଶ୍ରେଣୀଭୁକ୍ତ । ଆବଶ୍ୟକ ଜମି ବ୍ୟବହାର ଅନୁମତି ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିଲ୍ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ବିନା ଅନୁମତିରେ ସିଲ୍ ଭାଙ୍ଗିଲେ ମାମଲା ରୁଜୁ ହେବ ବୋଲି ପ୍ରଶାସନ ଚେତାବନୀ ଦେଇଛି ।
ଲକ୍ଷ୍ନୌ ଅଗ୍ନିକାଣ୍ଡ ପରେ ୟୁପିର ବିଭିନ୍ନ କୋଚିଂ ସେଣ୍ଟର ଏବି ହୋଟେଲ ଉପରେ ଚଢ଼ଉ ହୋଇଛି । ଏ ପର୍ଯ୍ୟନ୍ତ ୪୮ଟି କୋଚିଂ ସେଣ୍ଟର ଏବଂ ୩ଟି ହୋଟେଲକୁ ସିଲ୍ କରାଯାଇଛି । ଗୌତମବୁଦ୍ଧ ନଗର ପ୍ରଶାସନର ଏକ ମିଳିତ ଟିମ୍ ନୋଏଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସେକ୍ଟର-୧୦୪ ସ୍ଥିତ ‘ଓମ୍ କୋଚିଂ ସେଣ୍ଟର’ରେ ଯାଞ୍ଚ ବେଳେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ମାତ୍ର ଏକ ସଂକୀର୍ଣ୍ଣ ଗଳି ଥିବା ଜଣାପଡ଼ିଥିଲା। ଏହାସହ ସେଣ୍ଟରର ପଞ୍ଜୀକରଣ କିମ୍ବା ଫାୟାର ଏନଓସି (NOC) ମଧ୍ୟ ନଥିଲା । ସେହିପରି ସେକ୍ଟର-୪୯ ସ୍ଥିତ ‘ବାସୁ କୋଚିଂ ସେଣ୍ଟର’ ତିନି ମହଲା ବିଶିଷ୍ଟ ବିଲ୍ଡିଂରେ ଚାଲିଥିଲେ ସୁଦ୍ଧା ସେଠାରେ କୌଣସି ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା ନଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଦୁଇଟିଯାକ ସଂସ୍ଥାକୁ ତତ୍କାଳ ସିଲ୍ କରାଯାଇଛି ।
ଉତ୍ତରପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ କହିଛନ୍ତି ଯେ, ରାଜ୍ୟରେ ଚାଲିଥିବା ସମସ୍ତ କୋଚିଂ ସେଣ୍ଟରଗୁଡ଼ିକର ଏକ ବ୍ୟାପକ ସର୍ଭେ କରାଯାଉଛି । ଯେଉଁ ସଂସ୍ଥାଗୁଡ଼ିକ ‘ଉତ୍ତରପ୍ରଦେଶ କୋଚିଂ ନିୟମାବଳୀ ଅଧିନିୟମ’ ଅନୁଯାୟୀ ପଞ୍ଜୀକୃତ ହୋଇନାହାନ୍ତି, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ବିଲ୍ଡିଂ ସେଫ୍ଟି, ଅଗ୍ନିଶମ ବ୍ୟବସ୍ଥା, ବିଦ୍ୟୁତ ସୁରକ୍ଷା ଏବଂ ଭିତ୍ତିଭୂମିର ଅଡିଟ୍ କରାଯାଉଛି । ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ଏବଂ ଏକ ଗୁଣାତ୍ମକ ଶିକ୍ଷା ଗ୍ରହଣର ପରିବେଶ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ପ୍ରକାଶ କରିଛନ୍ତି ।

  • Related Posts

    ପାକିସ୍ତାନକୁ ୪-୩ରେ ହରାଇଲା ଭାରତ ; ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି

    ଲଣ୍ଡନ : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬ରେ ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ମ୍ୟାଚରେ ଭ‌ାରତ ୪-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩…

    Continue reading
    ଖାନ୍ ସାରଙ୍କ କୋଚିଂ ସେଣ୍ଟର ସିଲ୍

    ନୂଆଦିଲ୍ଲୀ : ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ସୋମବାର କୋଚିଂ ସେଣ୍ଟରରେ ଭୟାନକ ଅଗ୍ନିକାଣ୍ଡ ପରେ ପୂରା ରାଜ୍ୟରେ ଏବେ ଜୋରଦାର ଚଢଉ ଜାରି ରହିଛି । ସଙ୍ଗମ ନଗର ପ୍ରୟାଗରାଜରେ ବି ପ୍ରୟାଗରାଜ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଋଷି ରାଜଙ୍କ ଆଦେଶରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ