ଖାନ୍ ସାରଙ୍କ କୋଚିଂ ସେଣ୍ଟର ସିଲ୍

ନୂଆଦିଲ୍ଲୀ : ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ସୋମବାର କୋଚିଂ ସେଣ୍ଟରରେ ଭୟାନକ ଅଗ୍ନିକାଣ୍ଡ ପରେ ପୂରା ରାଜ୍ୟରେ ଏବେ ଜୋରଦାର ଚଢଉ ଜାରି ରହିଛି । ସଙ୍ଗମ ନଗର ପ୍ରୟାଗରାଜରେ ବି ପ୍ରୟାଗରାଜ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଋଷି ରାଜଙ୍କ ଆଦେଶରେ କୋଚିଂ ସେଣ୍ଟର ଗୁଡ଼ିବ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମାନଦଣ୍ଡ ପୂରଣ ନ କରିବାରୁ ସିଭିଲ ଲାଇନ୍ସ ସ୍ଥିତ ଥିବା ଖାନ୍ ସାରଙ୍କ ଗ୍ଲୋବାଲ୍ କ୍ଲାସେସ କୋଚିଂକୁ ସିଲ୍ କରାଯାଇଛି ।

ଜୋନ୍ ସଂଖ୍ୟା ୧ର ଜୋନାଲ ଅଧିକାରୀ ଗଙ୍ଗେଶ କୁମାର ସିଂହଙ୍କ ନେତୃତ୍ବରେ ପିଡିଏର ପ୍ରବର୍ତ୍ତନ ଟିମ୍ ଖାନ୍ ଗ୍ଲୋବାଲ କ୍ଲାସେସକୁ ସିଲ୍ କରାଯାଇଛି । କୋଚିଂ ସିଲ୍ କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ବାହାରକୁ ବାହାର କରାଯାଇଛି । ଅଫିସ ବି ବନ୍ଦ କରାଯାଇଛି । ଯାହା ପରେ ସିଲ୍ କରାଯାଇଥିଲା । ସିଲ୍ ପରେ କୋଚିଂ ବାହାରେ ନୋଟିସ୍ ଲଗାଯାଇଥିଲା । ବିନା ଅନୁମତିରେ ପୁନଃର୍ବାର କୋଚିଂ ଆରମ୍ଭ କରାଯିବା ଉପରେ ମାମଲା ରୁଜୁ କରିବାର ଚେତାବନୀ ଦିଆଯାଇଛି ।

ଜୋନ୍ ସଂଖ୍ୟା ୧ର ଜୋନାଲ୍ ଅଧିକାରୀ ଗଙ୍ଗେଶ କୁମାର ସିଂହଙ୍କ ଅନୁସାରେ ଯେଉଁ ବିଲ୍ଡିଂରେ ଖାନ୍ ଗ୍ଲୋବାଲ୍ କ୍ଲାସେସ ପରିଚାଳିତ ହେଉଥିଲା ତା‘ର କମର୍ଶିଆଲ ବ୍ୟବହାର ରୂପରେ ନକ୍ସା ପାଖରେ ଥିଲା । ଯାହାକି କୋଚିଂର ସଞ୍ଚାଳନ କମ୍ୟୁନିଟି ସର୍ଭିସ ମଧ୍ୟରେ ଆସିଥାଏ । ସାମୁଦାୟିକ ସୁବିଧା ଭୂ ବ୍ୟବହାର ଅନୁମୋଦନ ଅଭାବରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଡିଏର ଏହି କାର୍ଯ୍ୟାନୁଷ୍ଠାନ ପରେ କୋଚିଂ ପରିଚାଳକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇଦେଇଛି।

ପିଡିଏର ଜୋନାଲ ଅଧିକାରୀ କର୍ନଲଙ୍ଗଜ ଅଞ୍ଚଳରେ ମେଜର କଲ୍ସି କ୍ଲାସେସ, ସିଭିଲ ଲାଇନ୍ସରେ ସରଦାର ପଟେଲ ମାର୍ଗସ୍ଥିତ ଥିବା ଆଇଏଏସ ଏବଂ କେତେକ ଅନ୍ୟ କୋଚିଂ ଅନୁଷ୍ଠାନରେ ଯାଞ୍ଚ୍ କରାଯାଇଛି । ସମସ୍ତ କୋଚିଂ ଅନୁଷ୍ଠାନର ମାନଦଣ୍ଡ କମ୍ ମିଳିଛି । ଯାହାଦ୍ବାରା ପ୍ରୟାଗରାଜରେ ବି କୋଚିଂ ଅନୁଷ୍ଠାନରେ କେବେ ବି ବଡ଼ ଧରଣର ଦୁର୍ଘଟଣା ହୋଇପାରେ । ଯାହା ଫଳରେ ଅନ୍ୟ କୋଚିଂ ଅନୁଷ୍ଠାନ ଉପରେ ବି କାର୍ଯ୍ୟାନୁଷ୍ଠାନର ଖଣ୍ଡା ଝୁଲୁଛି ।

  • Related Posts

    ପାକିସ୍ତାନକୁ ୪-୩ରେ ହରାଇଲା ଭାରତ ; ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି

    ଲଣ୍ଡନ : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬ରେ ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ମ୍ୟାଚରେ ଭ‌ାରତ ୪-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩…

    Continue reading
    ବିଶ୍ବରେ ବୃଦ୍ଧି ପାଇବାକୁ ଯାଉଛି ଚିନି ଦର

    ନୂଆଦିଲ୍ଲୀ: ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଦୀର୍ଘକାଳୀନ ସଂଘର୍ଷ ଯୋଗୁଁ ବିଶ୍ୱ ଏକ ବଡ଼ ତୈଳ ସଙ୍କଟର ସାମ୍ନା କରିଥିଲା। ତେବେ ତେଲ ସଂକଟ ପରେ ଏବେ ପୁଣି ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ତାହା ହେଉଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ