ମହୁଲନାଳୀ ସାହି ବାସିନ୍ଦାଙ୍କୁ ବିସ୍ଥାପିତ ନ କରିବା ପାଇଁ ଦାବି

ଦେବଗଡ଼: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମହେଳହିପଡା ପଂଚାୟତର ଗ୍ରାମରେ ସରକାର ସୋଲାର ପ୍ଲାଣ୍ଟ ବସାଇବା ପାଇଁ ସ୍ଥିର କରିଛନ୍ତି। ତେବେ ଏହାକୁ ନେଇ ଅଂଚଳବାସୀ ବିରୋଧ କରିଛନ୍ତି। ତେବେ ମହେଳହିପଡା ପଂଚାୟତର କ‌ାଦୋପଡା ଗ୍ରାମର ମହୁଲନାଳୀ ସାହି ବାସିନ୍ଦାଙ୍କୁ ବିସ୍ଥାପିତ ନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ‌ଏନେଇ ଆଜି ମହୁଲନାଳୀ ସାହି ବାସିନ୍ଦା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ଦେଇଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର, ଓକିଲ ବିଭୂତି ଗଙ୍ଗଦେବ, ରେଖା ପ୍ରଧାନ, ନିରାକର ପ୍ରଧାନ,ଏଜରା କୁଜୁର, ଧରଣୀଧର ଦେହୁରୀ, ବିଜୟ ପ୍ରଧାନ, କୃତାର୍ଥ ସାହୁଙ୍କ ସମେତ ଅଂଚଳବାସୀ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ,କାଦୋପଡା ଗ୍ରାମ ମହୁଲନାଳୀ ସାହି ବାସିନ୍ଦାଙ୍କୁ ୧୯୮୪ରେ ଉଷାକୋଠୀଜଙ୍ଗଲରୁ ବିସ୍ଥାପିତ କରି ସେହି ଗ୍ରାମରେ ଥଇଥାନ କରିଥିଲେ। ପୁର୍ନବାର ୧୯୮୮ ଓ ୧୯୯୨ ରେ ଆଉ କିଛି ଅଧିବାସୀଙ୍କୁ ମଧ୍ୟ ପୁନଃଥଇଥାନ କରିଥିଲେ। ଏବେ ବି ପୁଣି ସରକାର ସୋଲାର ପ୍ଲାଣ୍ଟ ବସାଇବା ପାଇଁ ସ୍ଥିର କରିଛନ୍ତି।ଯାହାକୁ ଅଂଚଳ ବାସୀ ବିରୋଧ କରିବା ସହ ବିଧାୟକଙ୍କ ସମେତ ଜିଲ୍ଲାର ଅନେକ ସଂଗଠନ ଓ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଏହାକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ମହେଳହିପଡା ପଂଚାୟତର କ‌ାଦୋପଡା ଗ୍ରାମର ମହୁଲନାଳୀ ସାହି ବାସିନ୍ଦାଙ୍କୁ ବିସ୍ଥାପିତ ନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

  • Related Posts

    heavy rain in odisha ଅତି ପ୍ରବଳ ବର୍ଷା : ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ବନ୍ୟା, ଯାତାୟାତ ବାଧା, ଭୂସ୍ଖଳନ…

    Continue reading
    cm mohan majhi grivance ଆଜି ମୁଖ୍ୟମନ୍ତ୍ରୀଙ୍କ ୨୦ତମ ଅଭିଯୋଗ ଶୁଣାଣି

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଅନଲାଇନରେ ପଞ୍ଜୀକରଣ କରିଥିବା ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ